www.samajalive.in
Saturday, December 13, 2025
26.1 C
Bhubaneswar

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ୩ ଗୁରୁତର

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ବ୍ଲକ ଅନ୍ତର୍ଗତ  ଲରଂଭା ନିକଟସ୍ଥ ନୁଆଁପରା  ଛକରେ ବାଇକ୍  ଦୁର୍ଘଟଣାରେ ଦୁଇ ଜଣଙ୍କର ଜୀବନ ଯାଇଛି।  ଗୋଡ଼ଭଗାରୁ ତୁରୁମ୍ ଆଡ଼କୁ ଯାଇଥିବା ୫୪ ନଂ ରାଜ୍ୟ  ରାଜପଥରେ  ଥିବା  ଲରଂଭା ଛକରୁ କିଛି ଦୂରରେ ନୂଆଁପରା ଛକ ନିକଟରେ ପପଙ୍ଗା  ଅଭିମୁଖେ ଯାଉଥିବା ଏକ ବାଇକ୍  ଓ ଗୋଡ଼ଭଗା ଅଭିମୁଖେ ଆସୁଥିବା ବାଇକ୍ ମଝିରେ ହଠାତ୍ ଏକ ଅଟୋ ପଶି ଆସିଥିଲା। ଅଟୋଟି ଚାଲିଯିବା ପରେ ଭାରସାମ୍ୟ ହରାଇ ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା  ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ମୃତ ବ୍ୟକ୍ତିମାନେ ହେଲେ  ଭେଡେନ ଥାନା ଅନ୍ତର୍ଗତ ବାଞ୍ଜି ପାଲି ମହେଶ ଷଣ୍ଢ (୨୨) ଓ କନ୍ଧପଡ଼ାର ସନିଦେଓଲ ମାଝୀ(୨୫) ବୋଲି ସୂଚନା ମିଳିଛି ।

ଏହି ଦୁର୍ଘଟଣା ଖବର ପାଇ ଅତାବିରା ଥାନା ଅଧୀନରେ ଥିବା  ଗୋଡ଼ଭଗା ଫାଣ୍ଡି ଅଧିକାରୀ  ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ବୁର୍ଲା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସେହିପରି ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ପଠାଇଥିଲେ । ଦୁଇ ଗୁରୁତର ମାନଙ୍କ ମଧ୍ୟରୁ ଜଣେ ଅତାବିରା ଥାନା ଅନ୍ତର୍ଗତ ଲଚିଦା ଗ୍ରାମର ସତ୍ୟ ମାଝୀ ବୋଲି ଜଣା ପଡ଼ିଛି।ଅନ୍ୟ ଗୁରୁତର ବ୍ୟକ୍ତିଙ୍କ ପରିଚୟ ଏ ଯାଏଁ ଜଣାପଡି ନାହିଁ।  ପୁଲିସ ସୂତ୍ରରୁ ମିଳି ଥିବା ଖବର ଅନୁସାରେ  ଉଭୟ ବାଇକରେ ଦୁଇ ଜଣ ଲେଖାଏଁ ବସିଥିଲେ। ଏହି ଦୁର୍ଘଟଣାରେ  ପ୍ରତି ବାଇକରୁ ଜଣେ ଲେଖାଏଁ ମୃତ ହୋଇଛନ୍ତି । ଘଟଣାର ତଦନ୍ତ ଜାରି ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories