www.samajalive.in
Saturday, December 13, 2025
26.1 C
Bhubaneswar

କାଜୁ ଜଙ୍ଗଲରୁ ବିଲ୍ଡରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସମାଜ ଡିଜିଟାଲ ଡେସ୍କ: ସୁନ୍ଦରପଦା ଅନ୍ତର୍ଗତ ପଧାନସାହି ଖେଳପଡ଼ିଆ ନିକଟ କାଜୁ ଜଙ୍ଗଲରୁ ଜଣେ ବିଲ୍ଡରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଭୁବନେଶ୍ଵର ୟୁନିଟ-୬ ଅଞ୍ଚଳର ଚିନୁ ବିଶ୍ଵାଳ ବୋଲି ସୂଚନା ମିଳିଛି। ପାରିପାର୍ଶ୍ବିକ ସ୍ଥିତିରୁ ଚିନୁଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହାର ଖୋଳତାଡ଼ କରୁଛି ପୁଲିସ।

କାଜୁ ଜଙ୍ଗଲରେ ମୃତଦେହ ପଡ଼ିଥିବା ନେଇ କିଛି ଲୋକ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ମୃତଦେହଠାରୁ କିଛି ଦୂରରେ ଏକ ସ୍କୁଟି ପଡ଼ିଥିଲା। ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଚିନୁ ଭୁବନେଶ୍ଵର ଏବଂ ଏହାର ଆଖପାଖ ଅଞ୍ଚଳରେ ଜମି ବ୍ୟବସାୟ କରୁଥିଲେ। ଚିନୁଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories