www.samajalive.in
Sunday, December 14, 2025
26.1 C
Bhubaneswar

ବଜାରକୁ ଆସିବ କେଟିଏମର ଦମଦାର ବାଇକ୍, ଦାମ୍ ମାତ୍ର…

ନୂଆଦିଲ୍ଲୀ : ଯଦି ଆପଣ ଅଫ୍-ରୋଡର ମୋଟରସାଇକେଲ କ୍ରୟ କରିବା ପାଇଁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରି । କେଟିଏମ୍ ଇଣ୍ଡିଆ ୧୧ ଏପ୍ରିଲରେ ନିଜ ବହୁ ପ୍ରତିକ୍ଷୀତ ବାଇକ୍ ୩୯୦ ଏଣ୍ଡ୍ୟୁରୋ ଆରକୁ ଲଞ୍ଚ୍ କରିବ  । ଏହାର ଏକ୍ସ ଶୋରୁମ୍ ଦାମ୍ ୩.୩୦ ଲକ୍ଷ ଟଙ୍କା ହେବା ଅନୁମାନ କରାଯାଉଛି ।

କେଟିଏମ୍ ୩୯୦ ଏଣ୍ଡ୍ୟୁରୋ ଆର ୧୭୭ କିଲୋଗ୍ରାମର କର୍ଭ ଓ୍ବେଟ୍ ସହିତ ଗ୍ଲୋବାଲ୍ ମଡେଲ ତୁଳନାରେ ବହୁତ ଭାରୀ । ଏହା ଟ୍ୟୁବ୍ ଟାଇପ୍ ଟାୟାର ସହିତ ୨୧-୧୮ ଇଞ୍ଚ୍ ସ୍ପୋକ୍ ହ୍ବିଲ୍ସରେ ଚାଲିଥାଏ । ସସ୍ପେନ୍ସନ ଡ୍ୟୁଟି ଡବ୍ଲୁପି ଏପେକ୍ସ ଏଡଜଷ୍ଟେବଲ ସ୍ପ୍ରିଙ୍ଗ୍ସ ସହିତ ଉପଲବ୍ଧ । ବାଇକର ବ୍ରେକିଂକୁ ଡୁଆଲ୍ ଚ୍ୟାନେଲ୍ ଏବିଏସ୍ ସହିତ ଉଭୟ ପଟକୁ ଏକ ସିଙ୍ଗଲ ଡିସ୍କରେ ନିୟନ୍ତ୍ରଣ କରାଯାଏ ।

- Advertisement -

ବାଇକର ଗ୍ରାଉଣ୍ଡ କ୍ଲିୟରାନ୍ସ ୨୫୩ ଏମଏମ୍ । ବାଇକର ଟ୍ୟାଙ୍କ କ୍ଷମତା ୯ ଲିଟର ଯାହା ୩୯୦ ଆଡଭେଞ୍ଚରରୁ ବହୁତ କମ୍ । ବାଇକରେ ପାଓ୍ବରଟ୍ରେନ୍ ରୂପେ ୩୯୯ ସିସି, ସିଙ୍ଗଲ ସିଲିଣ୍ଡର ଲିକ୍ବିଡ୍ କୁଲ୍ଡ ଇଞ୍ଜିନ୍ ରହିଛି । ଏଥିରେ ଫୁଲ୍ ଏଲଇଡି ଲାଇଟିଂ, ୪.୨ ଇଞ୍ଚର ଟିଏଫଟି ସ୍କ୍ରିନ୍, ୨ ରାଇଡିଂ ମୋଡ୍ ଏବଂ ଏକ ଟ୍ରାକ୍ସନ କଣ୍ଟ୍ରୋଲ ସିଷ୍ଟମ ଦିଆଯାଇଛି ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories