www.samajalive.in
Sunday, December 14, 2025
26.1 C
Bhubaneswar

ଲୋକ କଳାକାରଙ୍କୁ ସମ୍ବର୍ଦ୍ଧିତ କଲା ପାଟଣା ବ୍ଲକ ପ୍ରଶାସନ

ପାଟଣା : ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ପକ୍ଷ ପାଳନର ଆଜିର ଦିବସ ଲୋକକଳା ପାଇଁ ସମର୍ପିତ ଥିବା ବେଳେ ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ଲୋକକଳା ସଂସ୍କୃତି ପାଇଁ ସମର୍ପିତ ପାଲା, ଦାଶକାଠିଆ,ଖଞ୍ଜଣି ଓ ଅନ୍ୟ ଲୋକ କଳାକାରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବ୍ଲକ ସଭାଗୃହରେ ପାର୍ଥସାରଥୀ ବେଜଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ମାନସ କୁମାର ଦଣ୍ଡପାଟ, ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ,ଜିପିଡ଼ିଓ ରଶ୍ମିରେଖା ମହାନ୍ତି, ଯୋଗାଣ ନିରୀକ୍ଷିକା ସୁନିତା ମାରାଣ୍ଡି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭୟ ଚରଣ ଦେହୁରୀ, କଳାକାର ସଙ୍ଘ ଉପସଭାପତି ନୃପକେଶରୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଉତ୍କଳୀୟ ସଂସ୍କୃତିର ଲୋକ କଳାକାର ଆଦର ଓ ଗ୍ରହଣୀୟତା ସମାଜ ପାଇଁ କେତେ ଜରୁରୀ ସେ ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ମଧୁସୂଦନ ବାରିକ ,ନରହରି ମହାନ୍ତ, ବେଣୁଧର ନାଏକ,ବିଭୁତି ଭୂଷଣ ପାତ୍ର,ଅଭିରାମ ମୁଣ୍ଡା, ଭୂପତି କେଶରୀ ମହାନ୍ତ, ଶଶୀଭୂଷଣ ମହାନ୍ତ, ପଞ୍ଚାନନ ବାରିକ,ଚମ୍ପାବତୀ ମହାନ୍ତ,ପୁରନ୍ଦର ନାଏକ,ରସାନନ୍ଦ ନାଏକ,ଲିଙ୍ଗରାଜ ମହାନ୍ତ, ସାବିତ୍ରୀ ବେହେରା, ତ୍ରିଲୋଚନ ସେଠୀ ଓ କହ୍ନେଇ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories