www.samajalive.in
Sunday, December 14, 2025
26.1 C
Bhubaneswar

ଉଦ୍ଧାର ହେଲା ବିକ୍ରି ହୋଇଥିବା ନବଜାତ ଶିଶୁପୁତ୍ର

ବଲାଙ୍ଗୀର : ଗରିବୀ ପାଇଁ ନବଜାତ ଶିଶୁପୁତ୍ରକୁ ବିକ୍ରି ଘଟଣାରେ ସଇଁନ୍ତଲା ଭଦ୍ରା ଗାଁରୁ ଉଦ୍ଧାର ହୋଇଛି ବିକ୍ରି ଶିଶୁ । ଘଟଣା ବିଷୟରେ ଜଣାପଡିବା ପରେ ପ୍ରଶାସନ ଖୋଳତାଡ କରି ବିକ୍ରି ହୋଇଥିବା ଶିଶୁ ପୁତ୍ରକୁ ଉଦ୍ଧାର କରିଛି । ଶିଶୁକୁ ଉଦ୍ଧାର ପରେ ‘ସା’ କେନ୍ଦ୍ରରେ ରଖାଯାଇଛି। ଉକ୍ତ ଶିଶୁର ମାଆ ଗତ ୬ ତାରିଖରେ ଭୀମଭୋଇ ମେଡିକାଲରେ ପ୍ରସବ କରିଥିଲେ ।
ସୂଚନାନୁଯାୟୀ, ଭୀମଭୋଇ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଛୁଆକୁ ମାଆ ୫ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲା। ଶିଶୁପୁତ୍ରର ମାଆ ପିଙ୍କି ଦାସ ବଲାଙ୍ଗୀର ସହର ମାଲପଡା ମେଟାକାନୀ ମନ୍ଦିର ନିକଟରେ ରୁହନ୍ତି। ଦାରିଦ୍ର‌୍ୟ ପାଇଁ ଶିଶୁର ଦେଖାଶୁଣାରେ ସମସ୍ୟା ହେବ ବୋଲି ସେ ନିଜ ଛୁଆକୁ ବିକ୍ରି କରି ଦେଇଥିବା ସ୍ୱୀକାର କରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଉଦୟ ହେଲେ ଶନି : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, କାହାକୁ ମିଶ୍ରିତ ଫଳ

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories