www.samajalive.in
Sunday, December 14, 2025
19.1 C
Bhubaneswar

ତିନି ଗୁଣା ମହଙ୍ଗା ହେବ ଆଇଫୋନ୍‌, ୩ ଲକ୍ଷ ଯାଏ ପହଞ୍ଚିପାରେ ଦାମ୍

ନୂଆଦିଲ୍ଲୀ: ନିକଟରେ ଆମେରିକା ସରକାର ଅନ୍ୟ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବାକଥା ଯେ, ଏହି ପଦକ୍ଷେପ ଆମେରିକୀୟ କମ୍ପାନୀଗୁଡ଼ିକୁ ଆମେରିକାକୁ ଉତ୍ପାଦନ ଫେରାଇ ଆଣିବାକୁ ବାଧ୍ୟ କରିବ, ଯଦ୍ଵାରା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ଦେଶର ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହନ ମିଳିବ। କିନ୍ତୁ କିଛି ବିଶେଷଜ୍ଞ କହିଛନ୍ତି ଯେ, ଏହି ନିଷ୍ପତ୍ତି ସ୍ମାର୍ଟଫୋନ ଉପଭୋକ୍ତାଙ୍କ ପାଇଁ ଅତ୍ୟଧିକ ମହଙ୍ଗା ସାବ୍ୟସ୍ତ ହୋଇପାରେ।

ଏକ ରିପୋର୍ଟ ଅନୁସାରେ, ଯଦି ଆପଲ୍ ସମ୍ପୂର୍ଣ୍ଣ ଭାବରେ ଆମେରିକାରେ ଆଇଫୋନ୍ ନିର୍ମାଣ କରେ, ତେବେ ଏହାର ମୂଲ୍ୟ ପ୍ରାୟ ୩, ୫୦୦ ଡଲାର(ପ୍ରାୟ ୩ ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ହୋଇପାରେ। ବର୍ତ୍ତମାନ ଗୋଟିଏ ଆଇଫୋନର ମୂଲ୍ୟ ପ୍ରାୟ ୧,୦୦୦ ଡଲାର ରହିଛି। ଏହି ଉଚ୍ଚ ମୂଲ୍ୟ ଯୋଗୁଁଁ ଆମେରିକାରେ ହାଇଟେକ୍ କାରଖାନା ନିର୍ମାଣ ଏବଂ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ବିପୁଳ ବୃଦ୍ଧି ହେବ।

- Advertisement -

ଏବେ ଅଧିକାଂଶ ଆଇଫୋନ୍ ଚୀନରେ ତିଆରି ହେଉଛି, ଯେଉଁଠାରେ ଶ୍ରମ ଖର୍ଚ୍ଚ କମ୍। ସେହିପରି ଆମେରିକାରେ ଉତ୍ପାଦନ କରିବା ପାଇଁ ଆପଲ୍‌କୁ କୋଟି କୋଟି ଡଲାର ମୂଲ୍ୟରେ ନୂତନ କାରଖାନା ନିର୍ମାଣ କରିବାକୁ ପଡ଼ିବ ଏବଂ ଏସିଆରେ ଦଶନ୍ଧି ଧରି ନିର୍ମିତ ଏକ ଜଟିଳ ଯୋଗାଣ ଶୃଙ୍ଖଳା ବିକଶିତ କରିବାକୁ ପଡ଼ିବ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଆପଲ୍ ଯୋଗାଣ ଶୃଙ୍ଖଳାର ୧୦% ଭାଗ ମଧ୍ୟ ଆମେରିକାକୁ ଆଣିବାକୁ ଚାହେଁ, ତେବେ ଏଥିପାଇଁ ଅତି କମରେ ତିନି ବର୍ଷ ସମୟ ଏବଂ ୩୦ ବିଲିୟନ ଡଲାର(ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହେବ।

ଆଇଫୋନରେ ବ୍ୟବହୃତ ଯନ୍ତ୍ରାଂଶ ଅନେକ ଦେଶରୁ ଆସିଥାଏ। ଉଦାହରଣ ସ୍ୱରୂପ, ଚିପ୍‌ ମୁଖ୍ୟତଃ ତାଇୱାନରେ ତିଆରି ହୁଏ, ସ୍କ୍ରିନ୍ ଦକ୍ଷିଣ କୋରିଆରୁ ଆସିଥାଏ, ଏବଂ ଅନ୍ୟାନ୍ୟ ଅନେକ ଉପାଦାନ ଚୀନରେ ଉତ୍ପାଦିତ ହୁଏ। ଏହାପରେ ଏହି ସମସ୍ତ ଯନ୍ତ୍ରାଂଶ ଚୀନ୍‌ର କାରଖାନାଗୁଡ଼ିକରେ ଏକାଠି କରାଯାଏ ଏବଂ ସାରା ବିଶ୍ୱକୁ ପଠାଯାଏ। ଏହି ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳା ଆପଲ୍‌କୁ ଖର୍ଚ୍ଚ କମ ରଖିବା ଏବଂ ଅଧିକ ଲାଭ ପାଇବାରେ ସାହାଯ୍ୟ କରେ। ଏହି କାରଣରୁ ଆପଲ୍ ବିଶ୍ୱର ସବୁଠାରୁ ସଫଳ ଟେକ୍ କମ୍ପାନୀ ମଧ୍ୟରୁ ଗୋଟିଏ ହୋଇପାରିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories