www.samajalive.in
Friday, December 12, 2025
26.1 C
Bhubaneswar

ଓଡ଼ିଆରେ ନାମଫଳକ ପାଇଁ ତାଗିଦ୍ କଲା ଶ୍ରମ ବିଭାଗ

ଆଠଗଡ଼ : ରାଜ୍ଯ ସରକାର ସମସ୍ତ ଦୋକାନ ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଓଡିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରିବା ସତ୍ତ୍ୱେ ଆଠଗଡରେ ଏହାର ବ୍ଯତିକ୍ରମ ଦେଖିବାକୁ ମିଳୁଛି। ଓଡିଆ ଅସ୍ମିତାକୁ ଗୁରୁତ୍ଵ ଦେଉଥିବା ରାଜ୍ଯର ବିଜେପି ସରକାର ରାଜ୍ଯର ସମସ୍ତ ଅଞ୍ଚଳରେ ଓଡିଆ ଅକ୍ଷରରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶନାମା ବହୁ ଦିନରୁ ଜାରି କରିଛନ୍ତି ।  ତେବେ ଆଠଗଡ ସହରର ଅନେକ ବଡ ବଡ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଇଂରାଜୀରେ ନାମ ଫଳକ ଲେଖା ରହିଛି । ବୁଧବାର ଆଠଗଡ ପରିଦର୍ଶନରେ ଆସିଥିବା ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଓଡିଆରେ ନାମଫଳକ ଲେଖିବାକୁ ଆଠଗଡର ବିଭିନ୍ନ ଦୋକନ ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କୁ ତାଗିଦ୍ କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ଆଠଗଡ଼ ସହରର ୧୦ଟି ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ଶ୍ରମ ବିଭାଗ ପକ୍ଷରୁ ଏଥିପାଇଁ ନୋଟିସ ଦିଆଯାଇଛି। ସାତଦିନ ମଧ୍ୟରେ ଓଡିଆରେ ନାମଫଳକ ଲେଖି ବିଭାଗୀୟ ଅଧିକାରୀଙ୍କ ଠିକଣାରେ ନୋଟିସ୍ ସହିତ ଫଟୋ ପଠାଇବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ନଚେତ ଅନ୍ୟ ଏକ କାରଣ ଦର୍ଶାଅ ନୋଟିସ ଦେବା ସହ ଏହାର ଅବମାନନା କରିଥିବାରୁ ୨୫ ହଜାର ଟଙ୍କାର ଜୋରିମାନା ହେବାର ସମ୍ଭାବନା ରହିଛି ବୋଲି ଚେତାଇ ଦିଆଯାଇଛି । ତେଣୁ ଯେଉଁମାନେ କେବଳ ଇଂରାଜୀରେ ନାମଫଳକ ଲେଖିଛନ୍ତି ସେମାନେ ତୁରନ୍ତ ଓଡିଆରେ ନାମଫଳକ ଲେଖିବା ପାଇଁ କୁହାଯାଇଛି। ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ରଶ୍ମୀରଞ୍ଜନ ବରାଳ, ଦୀପଂକର ଦୀକ୍ଷିତ ଏବଂ ଶ୍ରମ କନିଷ୍ଠ ସହକାରୀ ଅଜିତ କୁମାର ହାଁସଦା ଆଜିର ଏହି ଚଢାଉରେ ସାମିଲ ହୋଇଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories