କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ରିଞ୍ଜାବାଡ଼ି ଗ୍ରାମର ଯୁବକ ଗାଙ୍ଗାରାଓ କାଡ୍ରାକା (୫୦) ଘର ତାଜାରୁ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି। ପୁଲିସ କହିବା ଅନୁଯାୟୀ ରବିବାର ଦିନ ଗାଙ୍ଗାରାଓ କାଡ୍ରାକା ସଜନାଛୁଇଁ ତୋଳୁଥିବା ବେଳେ ଅସାବଧାନତା ଯୋଗୁଁ ତାଜାରୁ ତଳକୁ ଖସି ପଡିଥିଲେ।ଯାହାଫଳରେ ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେହିଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ଉକ୍ତ ଖବର ପାଇ କଲ୍ୟାଣସିଂହପୁର ଥାନା ଏସ ଆଇ ଶିଵ ସାହୁ ରାୟଗଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣା ବିଷୟରେ ଅନୁଧ୍ୟାନ କରିବା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲେ।
Popular Categories



