www.samajalive.in
Sunday, December 14, 2025
26.1 C
Bhubaneswar

ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡ ଉପରେ ଋଣ ପ୍ରଦାନ କରିବ ଜିଓ ଫାଇନାନ୍ସ 

ମୁମ୍ବାଇ : ଜିଓ ଫାଇନାନ୍ସ ଲିମିଟେଡ୍ (ଜେଏଫଏଲ୍) ସିକ୍ୟୁରିଟିଜ୍ ଉପରେ ଋଣ କ୍ଷେତ୍ରରେ ପ୍ରବେଶ କରିଛି। ଗ୍ରାହକମାନେ ସେମାନଙ୍କର ଡିମାଟ୍ ଆକାଉଣ୍ଟରେ ଥିବା ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡ ଭଳି ସିକ୍ୟୁରିଟିଗୁଡ଼ିକୁ ବନ୍ଧକ ରଖି ଋଣ ପାଇପାରିବେ  ।  ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଲ୍, ସୁରକ୍ଷିତ ଏବଂ ଓଟିପି ଆଧାରିତ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଜିଓ ଫାଇନାନ୍ସ ଆପ୍ ମାଧ୍ୟମରେ ମାତ୍ର ୧୦ ମିନିଟରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନିଆଯାଇପାରିବ। ସୂଚନାଯୋଗ୍ୟ ଯେ ଜିଓ ଫାଇନାନ୍ସ ଲିମିଟେଡ୍ (ଜେଏଫଏଲ୍) ହେଉଛି ଜିଓ ଫାଇନାନ୍ସିଲ୍ ସର୍ଭିସେସ୍ ଲିମିଟେଡର ଏନବିଏସି (ନନ୍ ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ) ଶାଖା।

ଏହା ଗ୍ରାହକଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି। ଯେଉଁଥିରେ ସେୟାର ଉପରେ ଋଣ ଏବଂ ମ୍ୟୁଚୁଆଲ୍ ଫଣ୍ଡ ଉପରେ ଋଣ ଭଳି ସେବା ଅନ୍ତର୍ଭୁକ୍ତ ରହିଛି। ଋଣର ସୁଧ ହାର ଗ୍ରାହକଙ୍କ ବ୍ୟକ୍ତିଗତ ରିସ୍କ ପ୍ରୋଫାଇଲ୍ ଅନୁରୂପ ହେବ। କମ୍ପାନୀ ପକ୍ଷରୁ ଏହାକୁ ବହୁତ କମ୍ ରଖିବାକୁ ଚେଷ୍ଟା କରାଯାଇଛି, ସୁଧ ହାର ୯.୯୯% ରୁ ଆରମ୍ଭ ହେବ। ଏହି ଋଣଗୁଡ଼ିକ ସର୍ବାଧିକ ତିନି ବର୍ଷ ଅବଧି ପାଇଁ ରହିବ ଏବଂ ଏଥିରେ କୌଣସି ଫୋର-କ୍ଲୋଜର ଶୁଳ୍କ ଲାଗିବ ନାହିଁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories