www.samajalive.in
Sunday, December 14, 2025
16.1 C
Bhubaneswar

ଜନସେବା କେନ୍ଦ୍ରରୁ ଜମାକାରୀଙ୍କ ଟଙ୍କା ଉଭାନ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ମହକୁମାରେ ଥିବା ଜନସେବା କେନ୍ଦ୍ରରୁ ଜମାକାରୀଙ୍କ ଟଙ୍କା ଉଭାନ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବିଧବା ନେମାଲପୁରୀ ଦମୟନ୍ତୀ ସ୍ୱାମୀ ଲୋକନାଥଙ୍କ ମୃତ୍ୟୁ ପରେ ମିଳିଥିବା ଟଙ୍କା ଓ ସୁଭଦ୍ରା ଟଙ୍କା, ଇନ୍ଦିରାଆବାସ ଟଙ୍କା, ଏଲଆଇସି ଟଙ୍କା, ନିଜ ଝାଳ ବୁହା ଟଙ୍କା ପ୍ରାୟ ୧ଲକ୍ଷ୪୫ହଜାର ଟଙ୍କା ଶିକରପାଇରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଜମା କରିଥିଲେ। ଆବଶ୍ୟକ ପଡ଼ିବାରୁ ସେ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ବ୍ୟାଙ୍କରେ ପ୍ରବଳ ଭିଡ ହୋଇଥିବା ଦେଖି ଏକ ଜନସେବା କେନ୍ଦ୍ରକୁ ଯାଇ ଆଙ୍ଗୁଠି ଦେଇ କିଛି ଟଙ୍କା ଉଠାଇ ନେଇଥିଲେ। ଏହାପରେ ପୁଣି ଟଙ୍କା ଉଠାଇବା ପାଇଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଯାଇଥିବାରୁ ବିଧବାଙ୍କ ଜମା ଖାତାରେ ଟଙ୍କା ନଥିବା ଅଧିକାରୀ କହିଥିଲେ। ଏହାକୁ ନେଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଜଣାଇଥିଲେ।

ଏହାପରେ ଚିନ୍ତିତ ହୋଇ ଏ ବିଷୟରେ ସାହି ପଡ଼ିଶାଙ୍କୁ ଜଣାଇଥିଲେ। ତେବେ ଏହି ଟଙ୍କା କେଉଁଠି ଓ କେମିତି କଟିଲା ସେ ଜାଣି ପାରୁ ନ ଥିବାରୁ ଏଥିପାଇଁ ସେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି କହି ମଙ୍ଗଳବାର ସ୍ଥାନୀୟ ଥାନାକୁ ଆସି ଅଭିଯୋଗ କରିଛନ୍ତି। ଏହାର ସଠିକ ତଦନ୍ତ କରି ମୋର ଟଙ୍କା ଫେରସ୍ତ କରାଇଦିଅନ୍ତୁ ବୋଲି ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଏଭଳି ଘଟଣା ଅଞ୍ଚଳରେ ବାରମ୍ବାର ଘଟୁଥିବାରୁ ଏଥି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଏନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories