www.samajalive.in
Sunday, December 14, 2025
26.1 C
Bhubaneswar

ବେଳାଭୂମିରେ ପର୍ଯ୍ୟଟକଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ଵୃତ୍ତ  

ଗୋପାଳପୁର : ସକାଳୁ ବେଳାଭୂମିରେ ପ୍ରାତଃ ଭ୍ରମଣ କରୁଥିବା ପର୍ଯ୍ୟଟକ ତଥା ଡାକ୍ତରଙ୍କ ବେକରୁ ସୁନା ଚେନକୁ ଦୁର୍ଵୃତ୍ତମାନେ ଝାମ୍ପି ନେଇଥିବା ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଗତ ୪ ତାରିଖରେ ଡାକ୍ତର ସଂଘମିତ୍ରା ଜେନା ତାଙ୍କ ସହପରିବାର ସହ ଗୋପାଳପୁର ଆସି ପାନ୍ଥନିବାସରେ ରହିଥିଲେ। ରବିବାର ସକାଳ ପ୍ରାୟ ସାଢେ ୬ ଟା ସମୟରେ ପାନ୍ଥନିବାସରୁ ବାହାରି ବେଳାଭୂମି ରାସ୍ତା ଦେଇ ପ୍ରାତଃ ଭ୍ରମଣ ନିମନ୍ତେ ଯାଉଥିବା ସମୟରେ ବେଳାଭୂମିରେ ପଛପଟୁ ଦୁଇ ଜଣ ଦୁର୍ଵୃତ୍ତ ଆସି ଡାକ୍ତର ସଂଘମିତ୍ରା ପିନ୍ଧିଥିବା ୨୫ ଗ୍ରାମର ଏକ ସୁନା ଚେନ ସହ ଲକେଟକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ସଂଘମିତ୍ରାଙ୍କ ପାଟି ଶୁଣି ସେଠାରେ ଥିବା ଆଉ ୩ ଜଣ ଦୁର୍ଵୃତ୍ତ ମଧ୍ୟ ସେଠାରୁ ଚମ୍ପଟ ମାରିଥିଲେ। ଏ ନେଇ ସଂଘମିତ୍ରା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୯୭/୨୫ ମାମଲା ରୁଜୁ କରି ତାରକା ହୋଟେଲ ଓ ରାସ୍ତା କଡ଼ରେ ଲାଗିଥିଵା ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଅନ୍ୟ ପଟେ ଏହି ଘଟଣାକୁ ନେଇ ସାଧାରଣରେ ଲୁଟ ନେଇ ଚିନ୍ତା ପ୍ରକଟ କରିବା ସହ ଏବେ ବେଳାଭୂମି ସହ ଗୋପାଳପୁର ମଧ୍ୟ ଚେନ‌‌ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିବାକୁ ଯାଉଥିବା ଆଲୋଚନା ଜୋର ଧରିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories