www.samajalive.in
Saturday, December 13, 2025
26.1 C
Bhubaneswar

ଆମ୍ବୁଲାନ୍ସରେ ଲାଗିଲା ନିଆଁ, ରୋଗୀ ସୁରକ୍ଷିତ

ପିପିଲି: ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ପିପିଲି ସେଲଫି ପଏଣ୍ଟ ନିକଟରେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗି ଯାଇଥିବା ଜାଣିବା ପରେ ରୋଗୀଙ୍କୁ ସୁରକ୍ଷିତ ଭାବେ ଆମ୍ବୁଲାନ୍ସରୁ ବାହାରକୁ ଅଣାଯାଇଛି ଏବଂ ରୋଗୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ଡେଲାଙ୍ଗର ରୋଗୀକୁ ଧରି ଭୁବନେଶ୍ୱର ଯିବାବେଳେ ଅଘଟଣ ଘଟିଥିବା ଜଣାପଡ଼ିଛି। ଆମ୍ବୁଲାନ୍ସରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିଲା। ଖବର ପାଇ ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।

- Advertisement -

ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସରେ ସଟ୍‌‌ ସର୍କିଟ୍‌‌ରୁ ନିଆଁ ଲାଗିଯାଇଛି। ରବିବାର ରାତିରେ ଡେଲାଙ୍ଗରୁ ଜଣେ ସାପ କାମୁଡା ରୋଗୀକୁ ନେଇ ଭୁବନେଶ୍ୱର କ୍ୟାପିଟାଲ ହସ୍‌‌ପିଟାଲ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସରେ ଏହି ଘଟଣା ଘଟିଛି। ଆମ୍ବୁଲାନ୍ସ ଟି ପିପିଲି ଠାରେ ଜାତୀୟ ରାଜପଥକୁ ଉଠିବା ସମୟରେ ହଠାତ୍‌‌ ଗାଡିର ଭିତର ପାଶ୍ୱର୍ ଗରମ ହୋଇଯିବା ସହ ସେଥିରୁ ଧୁଆଁ ବାହାରିଥିଲା।

ଗାଡିର ଚାଳକ ତୁରନ୍ତ ଗାଡିକୁ ଅଟକାଇବା ସହ ଗାଡି ମଧ୍ୟରୁ ରୋଗୀ ଓ ସଂପର୍କୀୟଙ୍କୁ ବାହାରକୁ କାଢି ଦେଇଥିଲେ। ଏହି ସମୟରେ ଗାଡିରେ ନିଆଁ ଲାଗିଯାଇଥିଲା। ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ। ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ରୋଗୀକୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories