www.samajalive.in
Saturday, December 6, 2025
16.1 C
Bhubaneswar

ସାମ୍ବାଦିକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ସେବାୟତ

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସାମ୍ବାଦିକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି କେତେଜଣ ସେବାୟତ। ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିବା ସହ କ୍ୟାମେରାମାନଙ୍କଠାରୁ କ୍ୟାମେରା ଓ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣରେ ସାମ୍ବାଦିକା ଲୀନୁ ନାୟକ ଏବଂ କ୍ୟାମେରାମ୍ୟାନ ଶିବ ପଲେଇ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାଛଡ଼ା ସାମ୍ବାଦିକ ଓମ୍ ଚନ୍ଦ୍ରଶେଖର ପାତ୍ର, ସାଗର କୁମାର ମଲ୍ଲିକ ଏବଂ ପିଣ୍ଟୁ ସାହୁ ରବିବାର ସେବକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଲିନୁ ଏବଂ ପିଣ୍ଟୁଙ୍କ ଅଭିଯୋଗକୁ ଭିତ୍ତିକରି ସିଂହଦ୍ବାର ଥାନା ପୁଲିସ ଦୁଇଟି ମକଦ୍ଦମା ରୁଜୁ କରିଛି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ କହିଛନ୍ତି।
ରବିବାର ଦିନ ୧୦ଟା ବେଳେ କେତେଜଣ ସାମ୍ବାଦିକ ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ବାର ସମ୍ମୁଖରେ ଖବର ପ୍ରସାରଣ କରୁଥିଲେ। କେତେକ ସେବକ ହଠାତ୍ ସେଠାରେ ପହଞ୍ଚି ଲିନୁଙ୍କ ସମେତ ଅନ୍ୟ ୪ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ସାମ୍ବାଦିକମାନେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଅଭିଯୁକ୍ତ ସେବକଙ୍କୁ ଗିରଫ କରାନଗଲେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ବର୍ଜନ ସହ ରଥଯାତ୍ରା ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ପ୍ରବଳ ଖରାରେ ସାମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଟାଉନ୍ ଥାନା ଇନ୍ସପେକ୍ଟର ଗୋକୁଳ ରଞ୍ଜନ ଦାସ ଏବଂ ସିଂହଦ୍ବାର ଥାନା ଇନ୍ସପେକ୍ଟର ଶ୍ୱେତପଦ୍ମା ଦାଶ ସେଠାରେ ପହଞ୍ଚି ଆଲୋଚନା କରିଥିଲେ। ତେବେ ଆରକ୍ଷୀ ଅଧୀକ୍ଷକ ନିଜେ ଆନ୍ଦୋଳନ ସ୍ଥାନକୁ ଆସି ଦାବିପତ୍ର ଗ୍ରହଣ କରିବା ସହ ଆଲୋଚନା କରିବାକୁ ସାମ୍ବାଦିକ ଜିଦ୍‌ ଧରିଥିଲେ। ଆରକ୍ଷୀ ଅଧୀକ୍ଷକ ସେଠାକୁ ଯାଇ ଧାରଣା ଦେଇଥିବା ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ। ଅଭିଯୋଗର ନିରପେକ୍ଷ ତଦନ୍ତ, ଅଭିଯୁକ୍ତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ ସମେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ କେତେଜଣ ସେବାୟତଙ୍କ ଆକ୍ରମଣ ଘଟଣାକୁ ପୁରୀ ପ୍ରେସ୍‌ କ୍ଲବ ଅଧ୍ୟକ୍ଷ ରାଜକୁମାର ମହାନ୍ତି, ପୁରୀ ସାମ୍ବାଦିକ ସଂଘ ସଭାପତି ଜଗନ୍ନାଥ ବସ୍ତିଆ ଏବଂ ବିଜେପି ଜିଲା ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ ପ୍ରମୁଖ ନିନ୍ଦା କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories