www.samajalive.in
Wednesday, December 10, 2025
17.1 C
Bhubaneswar

ଟ୍ରେନରେ ଓଡ଼ିଆ ନାବାଳିକାଙ୍କୁ ଦୁଷ୍କର୍ମ

ସମାଜ ଡିଜିଟାଲ ଡେସ୍କ: ଅସୁରକ୍ଷିତ ହୋଇପଡ଼ିଛି ଟ୍ରେନ ଯାତ୍ରା। ନିକଟରେ ଜଣେ ଯୁବତୀଙ୍କୁ ଟ୍ରେନ ଭିତରେ ଦୁଷ୍କର୍ମ ଉଦ୍ୟମ କରାଯିବା ଫଳରେ ସେ ଚଳନ୍ତା ଟ୍ରେନରୁ ଡେଇଁବାକୁ ବାଧ୍ୟ ହୋଇଥିଲେ। ସୌଭାଗ୍ୟବଶତଃ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା। ଏବେ ପୁନର୍ବାର ଜଣେ ନାବାଳିକାଙ୍କୁ ଟ୍ରେନ ଭିତରେ ଦୁଷ୍କର୍ମ କରାଯାଇଛି। ଏହାର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ନାବାଳିକା। ପୁଲିସ ବିହାରର ଅଭିଯୁକ୍ତ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପୀଡ଼ିତା ଜଣକ ପରିବାର ସହିତ ସିକନ୍ଦରାବାଦ ଯାତ୍ରା କରୁଥିଲେ। ସେମାନେ ଶୀତତାପ ନିୟନ୍ତ୍ରିତ ବଗିରେ ରହିଥିଲେ। ବିହାରର ଜଣେ ଯୁବକ ସେହି ବଗିରେ ଯାତ୍ରା କରୁଥିଲେ। ଗୁରୁବାର ଭୋର ସମୟରେ ପୀଡ଼ିତାଙ୍କ ପରିବାର ଶୋଇପଡ଼ିଥିବାବେଳେ ସେ ଶୌଚାଳୟକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଯୁବକ ତାଙ୍କ ପିଛା କରି ଶୌଚାଳୟ ଭିତରକୁ ବଳପୂର୍ବକ ପ୍ରବେଶ କରିଥିଲେ। ସେଠାରେ ସେ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିବା ସହ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ। ଘଟଣା ବିଷୟରେ କାହାକୁ ନ ଜଣାଇବାକୁ ତାଙ୍କୁ ଧମକ ବି ଦେଇଥିଲେ। ନାବାଳିକା ଜଣକ ଶୌଚାଳୟରୁ ଆସିବା ପରେ ଗୁରୁବାର ସକାଳେ ପରିବାର ଲୋକଙ୍କୁ ସବୁ ଜଣାଇଥିଲେ। ତାଙ୍କ ବାପା ଅଭିଯୁକ୍ତ ଯୁବକଠାରୁ ମୋବାଇଲ ଫୋନ ଛଡ଼ାଇ ରଖିବା ସହିତ ପୁଲିସକୁ ଖବର ଦେଇଥିଲେ। ସିକନ୍ଦରାବାଦରେ ଟ୍ରେନ ପହଞ୍ଚିବା କ୍ଷଣି ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

- Advertisement -

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୨ ତାରିଖରେ ହାଇଦ୍ରାବାଦରେ ଏକ ଚଳନ୍ତା ଟ୍ରେନରେ ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା। ସେ ନିଜକୁ ରକ୍ଷା କରିବା ଲାଗି ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ। ବାରମ୍ବାର ଏପରି ଘଟଣା ଟ୍ରେନ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories