www.samajalive.in
Sunday, December 14, 2025
26.1 C
Bhubaneswar

ଏସଡିପିଓ କାର୍ଯ୍ୟାଳୟ ଭଙ୍ଗା ପାଚେରୀ ନିର୍ମାଣ ବେଳେ ବନବିଭାଗର ବିରୋଧ

ଆଠଗଡ: ଏସଡିପିଓଙ୍କ କାର୍ଯ୍ୟାଳୟର ଭଙ୍ଗା ପାଚେରୀ ନିର୍ମାଣ ବେଳେ ବନ ବିଭାଗର କର୍ମଚାରୀଙ୍କ ବିରୋଧ ଯୋଗୁଁ ଠିକାଦାର କାମ କରିପାରିଲେ ନାହିଁ। ପୁଲିସ ପ୍ରଶାସନ ଓ ବନ ବିଭାଗ ମଧ୍ୟରେ ଗତ କିଛିଦିନ ହେବ ଚାଲିଥିବା ଏଭଳି ବାଦବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶଯୋଗ୍ୟ, ଆଠଗଡ ଚାନ୍ଦବାଲି ଛକଠାରେ ଆଠଗଡ ତହସିଲ ଅନ୍ତର୍ଗତ ନିଜିଗଡ ଖାତା ନମ୍ବର ୭୮୬, ପ୍ଲଟ ନମ୍ବର ୧୫୯୬ରେ ରହିଛି ୯ ଏକର ଜାଗା। ଏହି ଜାଗାରେ ଏସଡିପିଓଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କ ବାସଗୃହ ତଥା ଡିଏଫଓଙ୍କ ସରକାରୀ ବାସଭବନ ରହିଛି। ଗତ ଫେବୃୟାରୀ ମାସରେ ଆଠଗଡର ତତ୍କାଳୀନ ଏସଡିପିଓଙ୍କ ବଦଳି ପରେ ହଠାତ ତାଙ୍କ କାର୍ଯ୍ୟାଳୟ ପାଚେରୀର ପଛ ପାର୍ଶ୍ବରେ ୧୨ ଫୁଟର ପାଚେରୀକୁ ବନ ବିଭାଗ କର୍ମଚାରୀ ଭାଙ୍ଗି ଦେଇଥିଲେ। ଏ ବିଷୟରେ ବନ ବିଭାଗର ଅଧିକାରୀଙ୍କୁ ଏସଡିପିଓ କାର୍ଯ୍ୟାଳୟର ଅଧିକାରୀ ପଚାରିବାରେ ଡିଏଫଓଙ୍କ ବାସଭବନରେ କିଛି କାର୍ଯ୍ୟ ପାଇଁ ପାଚେରୀ ଭଙ୍ଗାଯାଇଥିବା ଏବଂ କାର୍ଯ୍ୟ ସରିଲେ ପାଚେରୀ ପୁନଃ ନିର୍ମାଣ କରିଦେବେ ବୋଲି କହିଥିଲେ। ପୁନର୍ବାର ବନ ବିଭାଗ ଏସଡିପିଓ କାର୍ଯ୍ୟାଳୟର ଉତ୍ତର ପାର୍ଶ୍ବରେ ପ୍ରାୟ ୯୦ ଫୁଟ ଲମ୍ବ ପାଚେରୀକୁ ଭାଙ୍ଗି ଦିଆଯାଇଥିଲା। ସମସ୍ତ ପଥର ତଥା ଆଠଗଡ ଥାନା ପକ୍ଷରୁ ଜବତ କିଛି ଲୁହା ଯନ୍ତ୍ରପାତି ଓ ଜବତ ଗାଡିର ଯନ୍ତ୍ରାଂଶ ମଧ୍ୟ କେହି ନେଇଯାଇଥିଲେ। ଏ ବିଷୟରେ ଏସଡିପିଓ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୧୪ ତାରିଖରେ ଆଠଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଭଙ୍ଗା ଯାଇଥିବା ଜାଗାକୁ ବନ ବିଭାଗ ଅକ୍ତିଆର କରିବା ପାଇଁ ଉଦ୍ୟମ କରୁଛି ବୋଲି ଏସଡିପିଓ କାର୍ଯ୍ୟାଳୟ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପରେ ବନ ବିଭାଗର ଲିଜ ଆବେଦନକୁ ସ୍ଥଗିତ ରଖାଯାଇଥିଲା। ଏସଡିପିଓ କାର୍ଯ୍ୟାଳୟର ପରାମର୍ଶ କ୍ରମେ ପୂର୍ତ୍ତ ବିଭାଗ ଭଙ୍ଗା ପାଚେରୀ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଶୁକ୍ରବାର ଠିକାଦାର ନିର୍ମାଣ କରିବା ପାଇଁ ଆସି କାର୍ଯ୍ୟ କରୁଥିବା ବେଳେ ବନ ବିଭାଗର କର୍ମଚାରୀମାନେ ବିରୋଧ କରିବା ସହ ନିର୍ମାଣ ସ୍ଥଳରେ ବନ ବିଭାଗ ଗାଡ଼ି ରଖି କାର୍ଯ୍ୟ ବନ୍ଦ କରିଥିଲେ। ଏହା ପରେ ଏସଡିପିଓ ବିଶ୍ଵଜିତ ମହାନ୍ତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଆଠଗଡ ଆଇଆଇସି ସୁମତି ମହାନ୍ତିଙ୍କ ଉପସ୍ଥିତିରେ ବନ୍ଦ କରାଯାଇଥିବା ଖନନ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି ବୋଲି ଜଣାପଡିଛି । ତୁରନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାଚେରୀ ନିର୍ମାଣ କରାଯିବା ସହ ଭଙ୍ଗା ଯାଇଥିବା ଅଞ୍ଚଳକୁ ଅକ୍ତିଆର କରାଯିବ ବୋଲି ଏସଡିପିଓ ମହାନ୍ତି ପ୍ରକାଶ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories