www.samajalive.in
Sunday, December 14, 2025
26.1 C
Bhubaneswar

ଓଦା ହାତରେ ଚାଲିବ ସ୍ମାର୍ଟଫୋନ୍, ଦାମ୍ ମାତ୍ର ୬,୪୯୯ ଟଙ୍କା

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ପୋକୋ ନିଜ ନୂଆ ବଜେଟ୍ ସ୍ମାର୍ଟଫୋନ୍ ପୋକୋ ସି୭୧  ଭାରତରେ ଲଞ୍ଚ୍ କରିଦେଇଛି । ୧୦ ହଜାର ଟଙ୍କାରୁ କମ୍ ଦାମରେ ଏହି ସ୍ମାର୍ଟଫୋନ୍ ଗ୍ରାହକ ପାଇପାରିବେ । ପୋକୋ ସି୭୧ ସେଗମେଣ୍ଟର ପ୍ରଥମ ସ୍ମାର୍ଟଫୋନ୍ ଯାହା ୬.୮୮ ଇଞ୍ଚର ଫୁଲଏଚଡି ପ୍ଲସ୍ ଡିସପ୍ଲେ, ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ସହିତ ଆସୁଛି । ଆଖିକୁ ଆରାମଦେବା ଭଳି ଡିସପ୍ଲେ ଏଥିରେ ଦିଆଯାଇଥିବା କମ୍ପାନୀ ସୂଚନା ଦେଇଛି । ଓ୍ବେଟ୍ ଟଚ୍ ଡିସପ୍ଲେ ପ୍ରଯୁକ୍ତିବିଦ୍ୟା ସହିତ ଏହି ଫୋନ୍ ଓଦା ହାତରେ ଏବଂ ହାଲୁକା ବର୍ଷାରେ ମଧ୍ୟ ସଠିକ୍ ରୂପେ କାମ କରିବ ।

ପୋକୋ ସି୭୧ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ ସହିତ ଆସିଥାଏ । ଏହା ସହିତ ୨ +୪ ବର୍ଷର ସଫ୍ଟଓ୍ବେୟାର ଅପଡେଟ୍ ଦିଆଯାଇଛି । ୩୨  ଏମପି ଡୁଆଲ ରିୟର କ୍ୟାମେରା ଏବଂ ସେଲ୍ଫି ପାଇଁ ୮ ଏମପିର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏହା ବ୍ୟତୀତ ଫୋନରେ ୫୨୦୦ ଏମଏଏଚ୍ ବ୍ୟାଟେରୀ ଏବଂ ୧୫ ଓ୍ବାଟ୍ ଫାଷ୍ଟ ଚାର୍ଜିଂ ସୁବିଧା ମିଳୁଛି । ଫୋନରେ ୬୪ ଜିବି ଓ ୧୨୮ ଜିବି ଷ୍ଟୋରେଜ୍ ବିକଳ୍ପ ଦିଆଯାଇଛି ।  ଏହାର ୪-୬୪ ଜିବି ଭାରିଆଣ୍ଟର ଦାମ୍ ୬,୪୯୯ ଟଙ୍କା ରଖାଯାଇଛି । ସେହିଭଳି ୬-୧୨୮ ଜିବି ଭାରିଆଣ୍ଟର ଦାମ୍ ୭,୪୯୯ ଟଙ୍କା ରଖାଯାଇଛି । ଏହି ସ୍ମାର୍ଟଫୋନ୍ ୮ ଏପ୍ରିଲରୁ ଦ୍ବିପ୍ରହର ୨ଟାରେ ଅନଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ବିକ୍ରି ପାଇଁ ଉପଲବ୍ଧ ହେବ ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories