www.samajalive.in
Saturday, December 6, 2025
19.1 C
Bhubaneswar

ବ୍ୟବସାୟୀଙ୍କଠାରୁ ୪୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍

କଣ୍ଟିଲୋ: କଣ୍ଟିଲୋ ଫାଣ୍ଡି ଅଞ୍ଚଳରେ ଲୁଟ୍ ଓ ରାହାଜାନି ଘଟଣା ବଢ଼ିବାରେ ଲାଗିଛି। ଶନିବାର ରାତିରେ ଜଣେ ସୁନା ବ୍ୟବସାୟୀଙ୍କୁ ପିସ୍ତଲରେ ବାଡ଼େଇ ଲୁଟିଆ ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଗହଣା ସହିତ ତାଙ୍କ ସ୍କୁଟି ନେଇ ଚମ୍ପଟ ମାରିଛନ୍ତି।
ପ୍ରକାଶ ଯେ, କଣ୍ଟିଲୋ ପଞ୍ଚାୟତ ଅଧୀନ ବିଦୁର ବେହେରା ପାଟଣା ଗ୍ରାମର ଅଜୟ କୁମାର ସାହୁ କଣ୍ଟିଲୋ ଯାତ୍ରାପଡା ବଜାରରେ ଏକ ଅଳଙ୍କାର ଦୋକାନ ଦେଇଛନ୍ତି। ପ୍ରତିଦିନ ଦୋକାନରେ ଥିବା ସମସ୍ତ ସୁନା ଗହଣା ଓ ବିକ୍ରି ହୋଇଥିବା ଟଙ୍କାକୁ ତାଙ୍କ ବ୍ୟାଗରେ ରଖି ବାଇକରେ ଘରକୁ ଯାଇଥାନ୍ତି। ସବୁଦିନ ପରି ଆଜି ଅମିତ ଦୋକାନରେ ଥିବା ସମସ୍ତ ସୁନା ଗହଣାକୁ ନିଜ ସ୍କୁଟିରେ ରଖି ଦୋକାନ ବନ୍ଦ କରି ବଜାରଠାରୁ ମାତ୍ର ଗୋଟିଏ କିମି ଦୂର ତାଙ୍କ ଘରକୁ ଫେରୁଥିଲେ। ପଛରେ ତାଙ୍କ ବାପା ଅମିତ ମଧ୍ୟ ଆସୁଥିଲେ। ତେବେ ରାତି ପ୍ରାୟ ୮ଟାବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ୨ଟି ବାଇକରେ ମୁଖାଧାରୀ ୫ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିଥିଲେ। ଘରଠାରୁ ପ୍ରାୟ ୩ଶହ ଫୁଟ ଦୂର ଚଣ୍ଡି ମନ୍ଦିର ପୂର୍ବରୁ ଜନୈକ ଦୁର୍ବୃତ୍ତ
ଅଜୟଙ୍କୁ ଧକ୍କା ଦେବାରେ ସେ ତଳେ ଖସି ପଡିଥିଲେ। ପଛରେ ତାଙ୍କ ପୁଅ ଅମିତ ସ୍କୁଟିରେ ଆସି ଏପରି ଘଟଣା ଦେଖି ବାପାଙ୍କ ପାଖରେ ପହଁଚିବା ସମୟରେ ଅନ୍ୟ ଯୁବକମାନେ ତାଙ୍କ ମୁଣ୍ଡକୁ ଏକ ପିସ୍ତଲରେ ବାଡ଼େଇ କ୍ଷତାକ୍ତ କରିପକାଇଥିଲେ। ଲୁଟିଆମାନେ ତାଙ୍କ ସ୍କୁଟି ଓ ସ୍କୁଟିରେ ଥିବା ପ୍ରାୟ ୧୩ ଶହ ଗ୍ରାମର ସମସ୍ତ ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ। ସଙ୍ଗେ ସଙ୍ଗେ ବାପ ପୁଅ କଣ୍ଟିଲୋ ସରକାରୀ ଡାକ୍ତରଖାନାକୁ ପ୍ରାଥମିକ ଚିକିତ୍ସା ପାଇଁ ଆସିବା ସହ ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରିଥିଲେ। ଅଭିଯୋଗ ପରେ କଣ୍ଟିଲୋ ଫାଣ୍ଡି ଅଧିକାରୀ ରଘୁନାଥ ଷଡଙ୍ଗୀ, ସମେତ ଅନ୍ୟାନ୍ୟ ସହକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବାବେଳେ ଖବର ପାଇ ଖଣ୍ଡପଡା ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ମଧ୍ୟ ସଙ୍ଗେ ସଙ୍ଗେ ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କ ସନ୍ଧାନ ମିଳି ନ ଥିବା ଜଣାଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories