www.samajalive.in
Wednesday, December 10, 2025
17.1 C
Bhubaneswar

ଜାତୀୟ ଉଦ୍ୟାନ ମାନ୍ୟତା ଅପେକ୍ଷାରେ ଡେବ୍ରିଗଡ଼ ପ୍ରାକୃତିକ ଅଭୟାରଣ୍ୟ

ବୁର୍ଲା: ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟ ଓ ହୀରାକୁଦ ଆର୍ଦ୍ର ଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ରେକର୍ଡ ସ୍ଥାପନ କରିଛି। ଡେବ୍ରିଗଡ଼ ଇକୋ ଟୁରିଜିମ-ପ୍ରାକୃତିକ ପର୍ଯ୍ୟଟନ ପ୍ରକଳ୍ପକୁ ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ୮୦ ହଜାର ଦେଶ ଓ ବିଦେଶର ପର୍ଯ୍ୟଟକ ଆସିଥିବାବେଳେ ୫ କୋଟି ୧୧ ଲକ୍ଷ ଟଙ୍କାର ରାଜସ୍ୱ ମିଳିଛି, ଯାହା ରାଜ୍ୟରେ ସର୍ବାଧିକ।

ସ୍ଥାନୀୟ ସାମାଜିକ ଗୋଷ୍ଠୀର ନିରନ୍ତର ପ୍ରୟାସ, ପରିଚାଳନା ଯୋଗୁଁଁ ଏହା ସମ୍ଭବ ହୋଇଥିବାବେଳେ ସେମାନଙ୍କ ସହଯୋଗ ବିକାଶକୁ ସହାୟକ ହୋଇଛି ବୋଲି ଡିଭିଜନ ପକ୍ଷରୁ କୁହାଯାଇଛି। ଗତ ବର୍ଷଠାରୁ ଏହି ପର୍ଯ୍ୟଟନ ଜୋନ୍‌‌କୁ ପ୍ଲାଷ୍ଟିକମୁକ୍ତ କରାଯାଇଛି। ଭାରତୀୟ ଗୟଳ, ଭାଲୁ, ଚିତାବାଘ, ହରିଣ, ସମ୍ବର ପ୍ରଭୃତି ବନ୍ୟପ୍ରାଣୀ ଏବଂ ପକ୍ଷୀଙ୍କ ପାଇଁ ନିଜର ପରିଚୟ ସୃଷ୍ଟି କରାଯାଇଛି। ଏହାକୁ ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କରିବା ପାଇଁ ପ୍ରସ୍ତାବ ରହିଛି। ଗତ ବର୍ଷ ଏଠାକୁ ୩୨୦ ପ୍ରଜାତି ୩.୭୭ ଲକ୍ଷ ବିଦେଶୀ ପକ୍ଷୀ ଆସିଥିଲେ। ଗତ ବର୍ଷ ତୁଳନାରେ ଏହି ପର୍ଯ୍ୟଟନ କେନ୍ଦ୍ରକୁ ପର୍ଯ୍ୟଟକଙ୍କ ସଂଖ୍ୟାରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି। ସେମାନେ ଡିଭିଜନ ପରିଚାଳିତ ଜଙ୍ଗଲ ସଫାରୀ, ନୌବିହାର, ରାତ୍ରି ରହଣୀର ସୁବିଧା ନେଇଛନ୍ତି। ଗତବର୍ଷ ଡେବ୍ରିଗଡ଼ ଓ ହୀରାକୁଦକ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ୫୦ ପ୍ରତିଶତ ପର୍ଯ୍ୟଟକ ୨୨ଟି ରାଜ୍ୟ ଏବଂ ୨ ପ୍ରତିଶତ ଯୁକ୍ତରାଷ୍ଟ୍ର, ୟୁକେ ଏବଂ ୟୁରୋପୀୟ ଦେଶ ସମୂହରୁ ଆସିଥିଲେ। ୫ ହଜାର ପର୍ଯ୍ୟଟକ ଜଳଭଣ୍ଡାର ମଧ୍ୟରେ ଥିବା ଦ୍ୱୀପ ପରିଦର୍ଶନ କରିଥିଲେ ଏବଂ ୧୨ ହଜାର ପର୍ଯ୍ୟଟକ ସ୍ମାରକୀ କ୍ରୟ କରିଥିଲେ। ଡେବ୍ରିଗଡ଼ ପ୍ରକୃତି ଶିବିରରେ ୯ ହଜାର ଜଣ ରାତ୍ରି ରହିଥିଲେ। ଚିଲିକା ପରେ ହୀରାକୁଦ ଜଳଭଣ୍ଡାର ରାଜ୍ୟର ଦ୍ୱିତୀୟ ବୃହତ୍ତମ ହ୍ରଦ।

- Advertisement -

ସୂଚନାଯୋଗ୍ୟ ଯେ, ଅସୁମାରୀ ଜଳରାଶିରେ ପରିପୂର୍ଣ୍ଣ ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଡେବ୍ରିଗଡ଼ ପରିବେଶ ପର୍ଯ୍ୟଟନ କେନ୍ଦ୍ରକୁ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ରେକର୍ଡ ୨୭ ହଜାରରୁ ଊର୍ଦ୍ଧ୍ବ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଜଙ୍ଗଲ ସଂରକ୍ଷଣ ଏବଂ ପାର୍ଶ୍ବବର୍ତ୍ତୀ ଲୋକଙ୍କ ପାଇଁ ଜୀବିକାର ସୁଯୋଗ ସୃଷ୍ଟି ସହିତ ଉକ୍ତ ଆର୍ଥିକ ବର୍ଷରେ ପର୍ଯ୍ୟଟନରୁ ୨.୫ କୋଟି ଟଙ୍କା ଆୟ କରାଯାଇଥିଲା। ଯାହାକି ଦେଶର ଅନ୍ୟ ପରିବେଶ ପ୍ରାକୃତିକ କେନ୍ଦ୍ରର ଆୟଠାରୁ ସର୍ବାଧିକ। ଦକ୍ଷିଣ ଆଫ୍ରିକା, କାଲିଫର୍ଣ୍ଣିଆ, ଅଷ୍ଟ୍ରେଲିଆର ସିଡ଼୍‌‌ନୀ ସହିତ ବିଭିନ୍ନ ରାଜ୍ୟର ପର୍ଯ୍ୟଟକମାନେ ଡେବ୍ରିଗଡ଼ରେ ରାତ୍ରି ରହଣୀ କରିଛନ୍ତି କିମ୍ବା ଜଙ୍ଗଲ ସଫାରୀ ଏବଂ ହୀରାକୁଦ ଜଳଭଣ୍ଡାରରେ ନୌବିହାରର ମଜା ଉଠାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories