www.samajalive.in
Thursday, December 11, 2025
18.1 C
Bhubaneswar

ନିଆରା ପ୍ରେମ: ଘରେ ମୃତ ସ୍ୱାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଚର୍ଚ୍ଚାରେ ସାଗରିକା

ମୁନିଗୁଡ଼ା : ରାୟଗଡ଼ା ଜିଲା ମୁନିଗୁଡ଼ାର ସ୍ବର୍ଗତ ଡାକ୍ତର ସମୀର ରାୟଙ୍କ ପ୍ରତି ତାଙ୍କ ସ୍ତ୍ରୀଙ୍କ ଅନାବିଳ ଶାଶ୍ବତ ଓ ଚିରନ୍ତନ ପ୍ରେମ ଚର୍ଚ୍ଚାରେ ରହିଛି। ମୃତ ସ୍ୱାମୀଙ୍କ ସିଲିକନ୍‌ ପ୍ରତିମୂର୍ତ୍ତି ନିଜେ ଘରେ ସ୍ଥାପନ କରିବା ସହ ହିନ୍ଦୁ ରୀତିନୀତି ଅନୁଯାୟୀ ସ୍ବାମୀଙ୍କ ନଁାରେ ସ୍ତ୍ରୀ ସାଗରିକା ରାୟ ପୁନର୍ବାର ଶଙ୍ଖା ସିନ୍ଦୂର ପିନ୍ଧିଛନ୍ତି। ସିଲିକଲ ପ୍ରତିମୂର୍ତ୍ତି ନିର୍ମାଣ କରିବା ପରେ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ସ୍ବର୍ଗତ ସମୀରଙ୍କ ସିଲିକନ ପ୍ରତିମୂର୍ତ୍ତିରେ ନିର୍ମଳ ଚେହେରା, ସୁନ୍ଦର ଠାଣି, ହସ ହସ ମୁଖ ସତେଯେମିତି ଜୀବନ୍ତ ଭଳି ଲାଗୁଛି। ସାଗରିକାଙ୍କ ସ୍ୱାମୀ ସମୀର ଜଣେ ଆର୍‌ଏମ୍‌ପି ଡାକ୍ତର ଭାବେ ମୁନିଗୁଡ଼ା, ବିଷମକଟକ ଅଞ୍ଚଳରେ ବେଶ୍‌ ନାମ ଅର୍ଜନ କରିଥିଲେ। ଗତ ୨୦୨୩ରେ ଡା. ସମୀର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କୁ ହରାଇ ସ୍ତ୍ରୀ, ପୁଅଝିଅ ଭାଙ୍ଗି ପଡ଼ିଥିଲେ। ବଡ଼ ଘରଟା ଭିତରେ ସମସ୍ତେ ଅସହାୟ ଅନୁଭବ କରିଥିଲେ। ସାଗରିକା ସବୁଦିନ ମନେ ପକାଇବା ସହ ଘରେ ହିଁ ସ୍ୱାମୀଙ୍କ ଅବିକଳ ନକଲ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଇଚ୍ଛା କରିଥିଲେ। ଏଥିପାଇଁ ଦୁଇ ବର୍ଷ ପରେ ସିଲିକନ୍‌ ପ୍ରତିମୂର୍ତ୍ତି ତିଆରି ପାଇଁ ଇଛା କରିଥିଲେ। ଧାରକରଜ କରିବା ସହ ସୁନାଗହଣା ବିକ୍ରି କରି ସ୍ବାମୀଙ୍କ ସିଲିକନ୍‌ ପ୍ରତିମୂର୍ତ୍ତି କଲକାତାରେ ନିର୍ମାଣ କରିଛନ୍ତି। ତାହାକୁ ଗଢି ତୋଳି ନିଜ ଘରେ ପ୍ରାଣ ପ୍ରତିଷ୍ଠା କରି ବର୍ତ୍ତମାନ ପୂର୍ଣ୍ଣ ଅନୁଭବ କରୁଥିବା ତାଙ୍କ ସ୍ତ୍ରୀ ସାଗରିକା ଓ ପୁଅଝିଅ ପ୍ରକାଶ କରିଛନ୍ତି। ସ୍ବର୍ଗତ ସମୀରଙ୍କ ସିଲିକଲ ପ୍ରତିମୂର୍ତ୍ତି ଜୀବନ୍ତ ଭଳି ଲାଗୁଛି। ସେହି ପ୍ରତିମୂର୍ତ୍ତିକୁ ମୁନିଗୁଡାର ପୁରୋହିତ ନିକୁଞ୍ଜ ଶତପଥୀଙ୍କ ପୌରୋହିତ୍ୟରେ ହିନ୍ଦୁ ରୀତିନୀତିରେ ମନ୍ତ୍ରପାଠ ସହ ଦେବୀଦେବତାଙ୍କୁ ପୂଜାର୍ଚ୍ଚନା ପରି ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ହିନ୍ଦୁ ସଂସ୍କୃତି ଓ ରୀତିନୀତି ଅନୁଯାୟୀ ସାଗରିକା ନିଜ ସ୍ୱାମୀଙ୍କ ପ୍ରତିମୂର୍ତ୍ତି ରଖି ତାଙ୍କ ନାମରେ ଶଙ୍ଖା ସିନ୍ଦୁର ପିନ୍ଧି ଆତ୍ମ ସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ପ୍ରତି ପରିବାରର ଅନାବିଳ ପ୍ରେମର ନିଚ୍ଛକ ଉଦାହରଣ ବୋଲି ଅଲୋଚନା ହେଉଛି। ଅନ୍ୟପଟେ ପରିବାର ଲୋକ କେବଳ ମୂର୍ତ୍ତି ତିଆରି ନୁହେଁ; ପ୍ରାଣ ପ୍ରତିଷ୍ଠା କରାଇ ଚର୍ଚ୍ଚାରେ ରହିଥିବା ବେଳେ ଲୋକେ କିନ୍ତୁ ଏହା କେବଳ ଏକ ଆତ୍ମସନ୍ତୋଷ ବୋଲି କହିବା ସହ ଅନ୍ଧ ବିଶ୍ୱାସ ବୋଲି ଆଲୋଚନା କରୁଛନ୍ତି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories