www.samajalive.in
Sunday, December 14, 2025
15.1 C
Bhubaneswar

ଖୁଲମଖୁଲା ବିକ୍ରି ହେଉଛି ନାଁ ନଥିବା ପାଣି ବୋତଲ, ନାହିଁ ଅଧିକୃତ ମୋହର

ଗୋପାଳପୁର : ଧିରେ ଧିରେ ଗ୍ରୀଷ୍ମର ପ୍ରକୋପ ବଢି ଚାଲିଥିବାବେଳେ ସମସ୍ତେ ପାଣି ଟିକିଏ ପାଇଁ ଡହଳ ବିକଳ ହୋଇଥାନ୍ତି। ନିଜର ଶୋଷ ମେଣ୍ଟାଇବା ପାଇଁ ବଜାରରେ ବିକ୍ରି ହେଉଥିବା ପାଣି ବୋତଲ ଉପରେ ନିର୍ଭର କରିବାକୁ ପଡିଥାଏ। ଗାଁ ଠାରୁ ସହର ସବୁଠାରେ ଏବେ ପ୍ୟାକେଟ୍ ବୋତଲରୁ ଚାହିଦା ଏତେ ମାତ୍ରାରେ ବଢି ଗଲାଣି ଯେ ଛୋଟ ବଡ କାର୍ଯ୍ୟକ୍ରମ ହେଉ କି ସଭା ସମିତି ସବୁଠାରେ ଏବେ ପାଣି ବୋତଲ ନିଜର କାୟା ବିସ୍ତାର କରି ସାରିଲାଣି। କିନ୍ତୁ ଆମେ ପିଉଥିବା ବୋତଲ ପାଣି କେତେ ଶୁଦ୍ଧ,ତାହା ନକଲି ନା ଅସଲି ,ପିଇବା ଉପଯୋଗୀ ନା ଅନୁପଯୋଗୀ, ଅମୃତ ନା ବିଷ ତାହା ଜଣ ପଡ଼େ ନାହଁ। କେବଳ ୧୦ ଟଙ୍କିଆ କିମ୍ବା ୨୦ ଟଙ୍କିଆ ପାଣି ବୋତଲ ଗୋଟିଏ ଦିଅ ବୋଲି ଦୋକାନୀଠୁ ମାଗି ତାହାକୁ ଅତି ଶ୍ରଦ୍ଧାର ସହକାରେ ଢକ ଢକ କରି ପିଇ ଦେଇଥାଉ। ଏବେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ନାମୀଦାମୀ କମ୍ପାନୀର ବିଭିନ୍ନ ନକଲି ସାମଗ୍ରୀ ବହୁଳଭାବେ ମିଳୁଥିବା ବେଳେ ନକଲି ପାଣି ମଧ୍ୟ ବିକ୍ରି ହେଉଥିବା କେହି ହୁଏତ ଏହାକୁ ବିଶ୍ଵାସ କରି ନପାରନ୍ତି । ବଜାରରେ ଏବେ ଅସଲି ନାମରେ ଅନେକ ନକଲି ପାଣି ବୋତଲ ବେଧଡକ ବିକ୍ରି ଆରମ୍ଭ ହୋଇ ଯାଇଥିବା ଦେଖିବାକୁ ମିଳିଛି।

ଏହା ସହ ଅନେକ ବ୍ୟବସାୟୀ  ଯିଏ ଯେଉଁ ନାମ ଦେଲା ସେହି ନାମରେ ମାର୍କେଟିଂ କରି ବଜାରରେ ପାଣି ବୋତଲ ଓ ପାଉଚ ବିକ୍ରି କରୁଛନ୍ତି । ସଂପୃକ୍ତ ପାଣି ବୋତଲ ଉପରେ ମିନେରାଲଠାରୁ ଆରମ୍ଭ କରି ଭିଟାମିନ୍‌ଯୁକ୍ତ ବୋଲି ମଧ୍ୟ ଲେଖା ହୋଇଥିବା ଦେଖିବାକୁ ମିଳିଛି । ୧ ଲିଟର ପାଣି ବୋତଲ ପିଛା ଖର୍ଚ ମାତ୍ର ୨ରୁ ୪ ଟଙ୍କା ଥିବା ବେଳେ ଦୋକାନୀଙ୍କୁ ୭ରୁ ୮ ଟଙ୍କାରେ ବିକ୍ରି ହେଉଛି । ଗ୍ରାହକଙ୍କୁ ବିକ୍ରି କରିବା ବେଳେ ନାମ ଅନୁସାରେ ୧୦ରୁ୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି । ଗ୍ରୀଷ୍ମଋତୁ ଆରମ୍ଭରୁ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେରେ ଥିବା ନିକଟବର୍ତ୍ତୀ ଗ୍ରାମାଞ୍ଚଳ ମାନଙ୍କରେ ଅନେକ ନକଲି ପାଣି ବୋତଲ କାରଖାନା ବ୍ୟବସାୟ ଧୁମ୍ ଚାଲିଛି । ରଙ୍ଗେଇଲୁଣ୍ଡା ବ୍ଲକ ବ୍ରହ୍ମପୁର ସହରର ଅତି ନିକଟରେ ରହିଥିବାରୁ ଏଠାରେ ୧୦/୧୫ ପାଣି କାରଖାନା ରହିଥିବା ଜଣାପଡିଛି। ପାଣି ବ୍ୟବସାୟ କରୁଥିବା ବେପାରୀ ଦ୍ବାରା ପ୍ରସ୍ତୁତ ପାଣି ବୋତଲରେ କୈାଣସି ଶୁଦ୍ଧତାର ମାପଦଣ୍ଡ ରହୁନଥିବା ସହ କୈାଣସି ଅଧିକୃତ ମୋହର ମଧ୍ୟ  ଲଗା ଯାଉନାହିଁ। ଏପରି ବେଆଇନ କାରଖାନା ଉପରେ ଚଢାଉ ହେଉନଥିବା ଯୋଗୁଁ କିଛି ଅସାଧୁ ବ୍ୟବସାୟୀ ଖୁଲମଖୁଲା ଏଭଳି ବେଆଇନ ଭାବେ ବ୍ୟବସାୟ ଚଳାଇ ଆସୁଥିବା ଅଭିଯୋଗ ହେଉଛି।

- Advertisement -

ଏଠାରେ ସ୍ଵଳ୍ପ କିଛି ପାଣି ବୋଡଲ ବ୍ୟବସାୟୀଙ୍କ ନିକଟରେ ଆବଶ୍ୟକୀୟ କାଗଜପତ୍ର ଥିବାବେଳେ ଅନେକ ବ୍ୟବସାୟୀ ବିନା କାଗଜପତ୍ରରେ ବେଧଡକ ଭାବେ ଏହି ବ୍ୟବସାୟ ଚଲାଇ ଆସୁଥୁବା ନଜିର ରହିଛି । ରଙ୍ଗେଇଲୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ଲୁଚାଛପାରେ ଚୋରାରେ କିଛି ବ୍ୟବସାୟୀ କାରଖାନା ଖୋଲି ବିପୁଳ ପରିମାଣର ପାଣି ବ୍ୟବସାୟ କରୁଥିବା ଜଣାପଡିଛି । କାଗଜପତ୍ର ରଖିଥିବା କିଛି ପାଣି  ବ୍ୟବସାୟୀ ପ୍ରତିବର୍ଷ ଲାଇସେନ୍ସ ପ୍ରମାଣପତ୍ର ପଞ୍ଜିକରଣ କରିବା ପାଇଁ ନିୟମ ରହିଥିଲେ ମଧ୍ୟ ତାହା ନକରି ଫ୍ୟାକ୍ଟ୍ରି ଆରମ୍ଭ ବେଳେ ଯେଉଁ ଲାଇସେନ୍ସ କରିଥିଲେ  ସେଥିରେ ହିଁ ବର୍ଷ ବର୍ଷ ଧରି ନିଜର ବ୍ୟବସାୟ ଚଳାଇ ଆସୁଛନ୍ତି । ଅନେକ ପାଣି ବ୍ୟବସାୟୀଙ୍କ ନିକଟରେ ଆଇଏସଓ ମାର୍କା ନଥିବା ବେଳେ ପାଣି ବୋତଲ କେବେ ତିଆରି ହୋଇଛି ଏବଂଏହାର ବୈଧତା କେତେ ଦିନ ତାହା ମଧ୍ୟ ଉଲ୍ଲେଖ କରାଯାଉନାହିଁ । ଗଞ୍ଜାମ ଜିଲ୍ଲାର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ୩୦ ରୁ ଉର୍ଦ୍ଧ୍ବ ଅନାମଧେୟ ପାଣି ବୋତଲ କରାଖାନା ରହିଥ‌ିବା ଜଣାପଡିଛି । ଯେଉଁମାନେ କି ରାଜ୍ୟ ସରକାର କିମ୍ବା ଖାଦ୍ୟ ସୁରକ୍ଷା ବିଭାଗର କୌଣସି ନିୟମ ନମାନି କେବଳ ପ୍ୟାକିଂ ମେସିନ ଆଣି କୂଅ କିମ୍ବା ନଳକୂପରୁ ପାଣି ସଂଗ୍ରହ କରି ପାଣିରେ ଫିଟିକିରି ମିଶାଇ ପ୍ୟାକିଂ କରି ବଜାରକୁ ବିକ୍ରି ପାଇଁ ଛାଡୁଥିବା ଅଭିଯୋଗ ହେଉଛି ।

ଅନେକ ସ୍ଥାନରେ ଗୋଟିଏ ସ୍ଥାନରୁ ବୋତଲ ଆସିବା ପରେ ଅନ୍ୟ ଏକ ସ୍ଥାନରେ ଲୁଚାଛପାରେ ପାଣି ଭର୍ତ୍ତି କରାଯାଉଥ‌ିବାର ନଜିର ମଧ୍ୟ ରହିଛି । ସେହିପରି ନାମୀ ଦାମୀ କମ୍ପାନୀ ଗୁଡିକର ନାମରେ ନକଲି ପାଣି ବୋତଲ ବଜାରରେ ବିକ୍ରି ହେଉଛି । ନାମୀଦାମୀ କମ୍ପାନୀର ପାଣି ବୋତଲ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେହି ବ୍ରାଣ୍ଡର ଅବିକଳ ଭଳି ଦେଖାଯାଉଥ‌ିବା ପାଣି ବୋତଲ ସ୍ଥାନୀୟ ବଜାରରେ ୧୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । କେବଳ ଜଣେ ତୃଷାଇଁ ପାନୀୟ ଜଳକୁ ବ୍ୟବହାର କରିବା ପରେ ତାହା ଅସଲି କି ନକଲି ଜଣାପଡ଼ୁଛି । ବର୍ତମାନ ଲୋଳେ ଘରୁ ବାହାରକୁ ଯିବା ସମୟରେ ଘରୁ ପାଣି ବୋତଲ ନନେଇ ବଜାରରୁ ପାଣି ବୋତଲ କିଣି ବ୍ୟବ‌ହାର କରିବା ଏକ ନିତି ଦିନିଆ ଫେସନରେ ପରିଣତ ହୋଇପଡିଛି । ତେବେ ସବୁଠାରୁ ଉଦ୍‌ବେଗର ବିଷୟ ହେଲା ଲୋକେ ଟଙ୍କା ଦେଇ ଯେଉଁ ପାଣି ବୋତଲ କିଣୁଛନ୍ତି ତାହାର ଶୁଦ୍ଧତା କେତେ କେହି ମଧ୍ୟ ଜାଣିନାହାନ୍ତି । ଲୋକାଲ କମ୍ପାନୀରୁ ପାଣି ବୋତଲ ରିଟେଲରଙ୍କ ନିକଟରେ ପହଞ୍ଚିବା ପରେ ସେଗୁଡିକୁ ଅନେକ ଦୋକାନୀ ସ୍ଥାନ ଅଭାବ ଯୋଗୁଁ ଦିନ ତମାମ ଖୋଲାରେ  ରଖୁଥ‌ିବା ଦେଖିବାକୁ ମିଳୁଛି ।

ପରବର୍ତ୍ତୀ ସମୟରେ ସେହି ପାଣି ବୋତଲ ଗୁଡିକୁ ଫ୍ରିଜ‌ରେ ରଖି ବିକ୍ରି କରୁଛନ୍ତି, ସେହି ପାଣି ପିଇବା ସମ୍ପୁର୍ଣ୍ଣ ଅନୁପ‌ଯୁକ୍ତ ବୋଲି ଚିକିତ୍ସକ ଓ ବିଶେଷଜ୍ଞ ମାନେ ମତପ୍ରକାଶ କରିଛନ୍ତି  । ଅନେକ ସମୟରେ ବୋତଲ ପାଣିରୁ ଦୁର୍ଗନ୍ଧ ଆସୁଥିବା ବେଳେ ବିଭିନ୍ନ ସମୟରେ ପାଣି ବୋତଲରେ ଛୋଟ ଛୋଟ କୀଟ ଓ ଆବର୍ଜନା ଭାସୁଥିବା ଦେଖିବାକୁ ମିଳୁଛି । ଏଭଳି ବୋତଲର ପାଣିକୁ ବ୍ୟବହାର କରି ବହୁ ଲୋକ ପେଟ ରୋଗ ଓ ସହ ସ୍ନାୟୁ ରୋଗରେ ଶୀକାର ହେଉଥିବା ନଜିର ରହିଛି । ବିଭାଗ ପକ୍ଷରୁ ବିନା ପ୍ରମାଣପତ୍ରରେ ଚାଲିଥିବା ପାଣି ବୋତଲ ପ୍ୟାକ୍ତି ଗୁଡିକ ଉପରେ ଚଢାଉ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories