www.samajalive.in
Saturday, December 13, 2025
26.1 C
Bhubaneswar

୨ ମାସର ଶିଶୁ ପୁତ୍ରକୁ ଚଟାଣରେ ପିଟି ପିଟି ହତ୍ୟା କଲା ବାପା

ପାଟନା : ବିହାରର ପାଟନାରୁ ଏକ ଛାତିଥରା ଘଟଣା ହଇଚଇ ସୃଷ୍ଟି କରିଛି । ଘରୋଇ କଳହରୁ ଜଣେ ଯୁବକ ନିଜର ୨ ମାସର ଶିଶୁକୁ ଚଟାଣରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତ ବାପାକୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନାନୁସାରେ ଏହି ଘଟଣା ମସୌଢୀର ଘୋରହୁଆ ଗାଁର । ଯୁବକ ଜଣକଙ୍କର ନିଜ ପତ୍ନୀଙ୍କ ସହ କୌଣସି କାରଣରୁ କଳହ ହୋଇଥିଲା । ସେହି ସମୟରେ ସେ କକ୍ଷରେ ଶୋଇଥିବା ନିଜ ୨ ମାସର ଶିଶୁ ପୁତ୍ରକୁ ଚଟାଣରେ ପିଟି ପିଟି ହତ୍ୟା କରିଥିଲା । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି । ଅଭିଯୁକ୍ତ ଯୁବକଙ୍କ ନାମ ବିକାଶ କୁମାର । ପୁଲିସ ଘଟଣାର ତଦନ୍ତ ଜାରି ରଖିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାଟି ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।

ଆଉ ୨ ଦିନ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିଙ୍କୁ ମିଳିବ ଧନ,ସରକାରୀ ଚାକିରି, ହେବେ ମାଲାମାଲ୍‌..

ଦେଖନ୍ତୁ ଭିଡିଓ ; ଯୁବତୀଙ୍କୁ ମହଙ୍ଗା ପଡିଲା ମାଙ୍କଡ ସହ ରିଲ୍ସ, ହେଲା ଏମିତି..

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories