www.samajalive.in
Wednesday, December 10, 2025
26.1 C
Bhubaneswar

ଲୋକସଭାରେ ଆଗତ ହେଲା ୱାକଫ୍ ବିଧେୟକ

ଭୁବନେଶ୍ଵର: ଆଜି ଲୋକସଭାରେ ଆଗତ ହୋଇଛି ସଂଶୋଧିତ ଓ୍ବାକଫ୍ ବିଲ୍। ବିରୋଧୀଙ୍କ ତୀବ୍ର ବିରୋଧ ସତ୍ବେ ବାଚସ୍ପତି ଓମ୍ ବିର୍ଲା ଙ୍କ ଅନୁମତି କ୍ରମେ ଆଜି ସଂସଦରେ ସଂଶୋଧିତ ଓ୍ବାକଫ୍ ବିଲ୍ ଆଗତ କରିଛନ୍ତି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ବିଲ୍ ଉପସ୍ଥାପନ ହେବା ପରେ ବର୍ତ୍ତମାନ ଆଲୋଚନା ଜାରି ରହିଛି। ଦୀର୍ଘ ୮ ଘଣ୍ଟାର ଆଲୋଚନା ହେବା ନେଇ ସମୟ ଧାର୍ଯ୍ୟ କରାଯାଇଛି। ରିଜିଜୁଙ୍କ ଭାଷଣ ସମୟରେ ବିରୋଧୀ ମାନେ ସଂସଦ ଭିତରେ ବଡଧରଣର ହଙ୍ଗାମା କରିଥିଲେ। ବିରୋଧୀ ନାରାବାଜି ଏବଂ ବିରୋଧ ମଧ୍ୟରେ ସେ କହିଛନ୍ତି  ଏହି ବିଲ୍ ମୁସଲିମ୍ ସମ୍ପ୍ରଦାୟର ଧାର୍ମିକ ବିଶ୍ଵାସକୁ କ୍ଷୁର୍ଣ୍ଣ କରେନାହିଁ। ଏହା କେବଳ ସମ୍ପତ୍ତି ପରିଚାଳନା ସହ ଜଡିତ। ଏଥିରେ କୌଣସି ମୁସଲିମ୍ ସମ୍ପ୍ରଦାୟର ସମ୍ପତ୍ତି ଛଡାଇ ନିଆଯିବ ନାହିଁ। ଆଲୋଚନା ପରେ ବିଧେୟକ ଉପରେ ଭୋଟିଂ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ବିଜେପିର ସହଯୋଗୀ ଦଳ ତଥା ଶାସକ ଏନଡିଏର ବିଭିନ୍ନ ଅଂଶୀଦାର ଦଳ ଯଥା ତେଲୁଗୁ ଦେଶମ ପାର୍ଟି , ଶିବସେନା, ଲୋକ ଜନଶକ୍ତି ପାର୍ଟି ନିଜ ନିଜ ସାଂସଦ ମାନେ ଲୋକସଭାରେ ଉପସ୍ଥିତ ରହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories