www.samajalive.in
Sunday, December 14, 2025
14.1 C
Bhubaneswar

ଅମୃତ ମିଶନ କାର୍ଯ୍ୟକାରିତାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର: ଅମୃତ ମିଶନ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଓଡ଼ିଶା ତଳକୁ ଆନ୍ଧ୍ର ପ୍ରଦେଶ, ମିଜୋରାମ୍, ତେଲେଙ୍ଗାନା, ମଧ୍ୟ ପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟ ରହିଛି। ତାଲିକାର ୧୦ମ ସ୍ଥାନରେ ଜମ୍ମୁ ଓ କାଶ୍ମୀର ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ତାଲିକା ଅନୁଯାୟୀ ଏବେ ସୁଦ୍ଧା ଓଡ଼ିଶା ସରକାର ୩୦୮.୮୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ସେହିପରି ୧୬୪୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଟେଣ୍ଡର ଦିଆଯାଇ ଥିବା ବେଳେ ସମୁଦାୟ ୧୭୧୨ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୪୦୪ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିଥିବା ଓଡ଼ିଶା ୬୬.୨୪ ପଏଣ୍ଟ ପାଇଁ ଶୀର୍ଷ ସ୍ଥାନ ଦଖଲ କରିଛି। କେନ୍ଦ୍ର ସରକାରଙ୍କ ଅମୃତ ମିଶନ୍‌ ଯୋଜନାରେ ଓଡ଼ିଶାର ୯ଟି ସହରକୁ ସାମିଲ କରାଯାଇଛି। ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ବାରିପଦା, ବାଲେଶ୍ବର, ଭଦ୍ରକ ଓ ପୁରୀ ସହରରେ ଅମୃତ ମିଶନ୍ ଅଧୀନରେ ଜଳ ଯୋଗାଣ, ପାର୍କ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ୨୦୧୫ ମସିହାରୁ ଅଦ୍ୟାବଧି ପ୍ରକଳ୍ପ କାର୍ଯ୍ୟନ୍ବୟନ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଅନୁଦାନ ଦେଉଛନ୍ତି। ଏ​‌ନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ଅମୃତ ମିଶନ୍ କାର୍ଯ୍ୟକାରିତାରେ ଓଡ଼ିଶା ଲଗାତାର ସଫଳତା ଅର୍ଜନ କରୁଛି। ଚଳିତ ବର୍ଷ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିବା ଗୌରବର ବିଷୟ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories