www.samajalive.in
Friday, December 12, 2025
16.1 C
Bhubaneswar

ପ୍ରତିବାଦର ଆଉ ଏକ ନୂଆ ଉପାୟ ଆପଣାଇଲେ କଂଗ୍ରେସ ବିଧାୟକ, ଚା’ ପିଇ କଲେ ପ୍ରତିବାଦ

ଭୁବନେଶ୍ବର : ଦିନ ତମାମ ଆନ୍ଦୋଳନ ଧସ୍ତାଧସ୍ତି ପରେ ବି ସଂଧ୍ୟାରେ ଆଉ ଏକ ଅଭିନବ ପନ୍ଥା ଆପଣାଇଛନ୍ତି କଂଗ୍ରେସ ବିଧାୟକ । ସମାନ ରଙ୍ଗର ଟି ସାର୍ଟ ପିନ୍ଧି ହୋଟେଲ ମେ ଫେୟାରରେ ଏକତ୍ର ଚା ପିଇଛନ୍ତି । ସାମ୍ନା ପଟେ ଲେଖାଯାଇଥିଲା କ୍ରାଇମ କୋଶ୍ଚିନ । ଏବଂ କୋଶ୍ଚିନ ଅନ୍ ଓମେନ ସେପ୍ଟି । ପଛପଟେ କେତେ ମାସରେ କେତେ ଗଣଦୁଷ୍କର୍ମ ହୋଇଛି ଏବଂ ୫ ବର୍ଷରେ କେତେ ମହିଳା ଏବଂ ଶିଶୁ ନିଖୋଜ ହୋଇଛନ୍ତି ତାହା ଉଲ୍ଲେଖ ରହିଛି । ଏଭଳି ସବୁ କରି ସରକାରଙ୍କୁ ଉପହାସ କରି ଚାଲିଛନ୍ତି କଂଗ୍ରେସ ବିଧାୟକ । କହିରଖୁଛୁ ପୋଲିସ ସହ ଧସ୍ତାଧସ୍ତି ପରେ ମଧ୍ୟ ନଛୋଡବନ୍ଧା ରାଜ୍ୟ କଂଗ୍ରେସ । ରାଜ୍ୟରେ ମହିଳା ଓ ଶିଶୁ ନିର୍ଯାତନା ଘଟଣା ଓ ଦୁଷ୍କର୍ମ ଘଟଣାରେ କଂଗ୍ରେସର ପ୍ରତିବାଦ ତୀବ୍ର ହେଉଛି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories