www.samajalive.in
Sunday, December 7, 2025
23.1 C
Bhubaneswar

ଭିସୁଟ୍‌ ସ‌ହଯୋଗୀ ପ୍ରଫେସର ନିଲମ୍ବିତ

ବୁର୍ଲା : ବୁର୍ଲା ସ୍ଥିତ ଭିସୁଟ୍‌​‌ରେ ନୂତନ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଫେସର ଦୀପକ କୁମାର ସାହୁ କାର୍ଯ୍ୟରେ ଅବହେଳା ପାଇଁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ସେ ବିଶ୍ବବିଦ୍ୟାଳୟ ହ୍ୟୁମାନିଟିଜ୍ ବିଭାଗର ସହଯୋଗୀ ପ୍ରଫେସର ଡଃ ଜୟପ୍ରକାଶ ପରମଗୁରୁଙ୍କୁ ନିଲମ୍ବନ କରିଛନ୍ତି। କୁଳପତିଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ନିର୍ଦେଶନାମା ସଂଖ୍ୟା-୪୦୨୦୨୫/ତା ୨୪ା୩​ ‌୨୦୨୫ରେ କ୍ଲାସ ନ କରି ନିଶାସକ୍ତ ଅବସ୍ଥାରେ କାର୍ଯ୍ୟାଳୟକୁ ଆସିବା, ଦୃଷ୍ଟିକଟୁ ଅବସ୍ଥାରେ ଶୋଇ ରହୁଥିବାରୁ ସହଯୋଗୀ ପ୍ରଫେସର ଶ୍ରୀ ପରମଗୁରୁଙ୍କୁ ନିଲମ୍ବିତ କରାଯାଇଥିବା ଦର୍ଶାଯାଇଛି।  ଏହି ନିଲମ୍ବନ ସମୟରେ ସେ ପାଠ ପଢାଇ ପାରିବେ ନାହି।   ମୁଖ୍ୟ କାର୍ଯ୍ୟାଳୟକୁ ଆସି ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ବାୟୋମେଟ୍ରିକ୍ଟରେ ଦିନ‌କୁ ଦୁଇଥର ଉପସ୍ଥାନ ପକାଇବାକୁ ନିର୍ଦେଶ ଦିଆଯାଇଛି। କୁଳପତିଙ୍କ ବିନା ଅନୁମତିରେ ସେ ଛୁଟିରେ ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ରହିଛି। ପୂର୍ବରୁ ମଧ୍ୟ ନିଶାସେବନ କରି ଆସୁଥିବା ଶ୍ରୀ ପରମଗୁରୁଙ୍କ ବିରୋଧରେ କେତେକ ମହିଳା ସହକର୍ମୀ ଅଭିଯୋଗ କରିଥିଲେ।  ତେବେ ଏନେଇ ନିଲମ୍ବିତ ସହଯୋଗୀ ପ୍ରଫେସର ଶ୍ରୀ ପରମଗୁରୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories