www.samajalive.in
Thursday, December 11, 2025
14.1 C
Bhubaneswar

ବୁଧବାର ଶେଷ ହେବ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ!

ଡେସ୍କ: ଓଡିଶା ବିଧାନସଭାରେ ମଙ୍ଗଳବାର ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ସେମାନଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ବିଧାନସଭା ବାହାରେ ଧାରା ୧୬୩ ଲାଗୁ କରାଯାଇଛି। ରାତି ବଢିବା ସହ ବିଧାନସଭା ବାହାରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ବିଧାନସଭା ବାହାରେ ୫ ଜଣ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଉପସ୍ଥିତ ଅଛନ୍ତି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୬, ବୁଧବାର ଦିନ ଚଳିତ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିପାରନ୍ତି ବୋଲି ଆଲୋଚନା ହେଉଛି। ୧୧ ଦିନ ହେବ କଂଗ୍ରେସ ବିଧାୟକମାନେ ରାଜ୍ୟରେ ମହିଳା ସୁରକ୍ଷା ନେଇ ଗୃହ କମିଟି ଗଠନ ଦାବି କରି ବିରୋଧ ପ୍ରଦର୍ଶନ ଯୋଗୁ ଗୃହକାର୍ଯ୍ୟ ଏକ ପ୍ରକାର ଅଚଳ ହୋଇ ପଡିଥିବା ବେଳେ ଯଦି ବିଧାନସଭା କାର୍ଯ୍ୟ ଜାରି ରହେ, ତେବେ ବାହାରେ କଂଗ୍ରେସ ଏହାର ଜୋରଦାର ବିରୋଧ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ କଂଗ୍ରେସ ସହ ମୁଖ୍ୟ ବିରୋଧୀ ଦଳ ବିଜେଡି ମଧ୍ୟ ଗୃହରେ ସରକାରଙ୍କୁ ବିରୋଧ କରିବାର ସମ୍ଭାବନା ରହିଛି। ଏସବୁ ଦୃଷ୍ଟିରୁ ରାଜ୍ୟର ଜନସାଧାରଣଙ୍କ ଆଗରେ ସରକାରଙ୍କ ନିର୍ମଳ ଭାବମୂର୍ତ୍ତି ବଜାୟ ରଖିବା ପାଇଁ ବିଧାନସଭାର ଚଳିତ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ସମ୍ଭାବନା ଦେଖା ଦେଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories