www.samajalive.in
Friday, December 12, 2025
19.1 C
Bhubaneswar

ବିଧାନସଭାରେ ଶୋଇବୁ, କୁଆଡେ ଯିବୁନି – ବିଧାୟକ ତାରାପ୍ରସାଦ

ଡେସ୍କ: ରାଜ୍ୟ ବିଧାନସଭାରେ ଆଜି ବାଚସ୍ପତି ସୁରମା ପାଢ଼ୀ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୪ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣଙ୍କୁ ନିଲମ୍ବନ କରିଛନ୍ତି। ମହିଳା ସୁରକ୍ଷା ନେଇ ହାଉସ କମିଟି ଗଠନ ଦାବିରେ ଚଳିତ ବିଧାନସଭା ଅଧିବେଶନ ସମୟରେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରୁଥିବା ବେଳେ ଗୃହ କାର୍ଯ୍ୟ ସଠିକ ଢଙ୍ଗରେ ଚାଲୁ ନ ଥିବା ବିଜେପି ଅଭିଯୋଗ କରିଆସୁଛି। ତେବେ ମଙ୍ଗଳବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ଘଣ୍ଟ ବାଡେଇ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତି ଲାଗି ରହିବା ଫଳରେ ବାଚସ୍ପତି କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଛନ୍ତି। କଂଗ୍ରେସର ନିର୍ବାଚିତ ୧୪ ଜଣ ବିଧାୟକଙ୍କ ମଧ୍ୟରୁ ମାତ୍ର ୨ ଜଣ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ନିଲମ୍ବନ ହେବାରୁ ବର୍ତ୍ତୀ ଯାଇଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ କରାଯାଇଥିଲା।

- Advertisement -

ତେବେ ନିଲମ୍ବନ ହୋଇଥିବା ୧୨ ଜଣ କଂଗ୍ରେସ ସଦସ୍ୟ ବିଧାନସଭା ପରିତ୍ୟାଗ କରିବା ବଦଳରେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ। ଫଳରେ ବାଚସ୍ପତି ଅପରାହ୍ନ ଅଧିବେଶନରେ ପ୍ରଥମେ ୧୦ ମିନିଟ ଓ ପରେ ୨୦ ମିନିଟ ଗୃହକୁ ମୁଲତବୀ ରଖିବା ପରେ ପରିସ୍ଥିତି ସ୍ୱାଭାବିକ ନ ହେବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ମୁଲତବୀ ଘୋଷଣା ସତ୍ୱେ ନିଲମ୍ବିତ ସଦସ୍ୟଙ୍କ ସହ ନିଲମ୍ବିତ ହୋଇନଥିବା ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ବିଧାନସଭା ମଧ୍ୟରେ ରହିଛନ୍ତି। ଶ୍ରୀ ବାହିନୀପତି କହିଛନ୍ତି, କଂଗ୍ରେସର ସମସ୍ତ ସଦସ୍ୟ ବିଧାନସଭା ମଧ୍ୟରେ ରହିବେ। ସେ କହିଛନ୍ତି, ଆମେ ବିଧାନସଭାରେ ଶୋଇବୁ, କୁଆଡେ ଯିବୁନି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories