www.samajalive.in
Friday, December 12, 2025
23.1 C
Bhubaneswar

ଆକ୍ସନ ମୋଡ୍‌ରେ ଦିଲ୍ଲୀ ହାଇକୋର୍ଟ, ଯଶବନ୍ତ ବର୍ମାଙ୍କ ନ୍ୟାୟିକ ଦାୟିତ୍ଵ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ଜବତ ମାମଲାକୁ ନେଇ ଆକ୍ସନ ମୋଡ୍‌ରେ ହାଇକୋର୍ଟ। ଜଷ୍ଟିସ୍‌ ଯଶଓ୍ବନ୍ତ ବର୍ମାଙ୍କଠାରୁ ସମସ୍ତ ନ୍ୟାୟିକ ଦାୟିତ୍ଵ ପ୍ରତ୍ୟାହାର କରିନିଆଯାଇଛି। ସୋମବାର ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ବିଜ୍ଞପ୍ତି ଜାରି କରି ଜଷ୍ଟିସ୍‌ ଯଶବନ୍ତ ବର୍ମାଙ୍କଠାରୁ ତୁରନ୍ତ ନ୍ୟାୟିକ ଦାୟିତ୍ୱ ପ୍ରତ୍ୟାହାର କରାଯାଇଥିବା ଘୋଷଣା କରିଛନ୍ତି। ବିଜ୍ଞପ୍ତିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ,ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କଠାରୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ତୁରନ୍ତ ନ୍ୟାୟିକ କାର୍ଯ୍ୟ ପ୍ରତ୍ୟାହାର କରାଯାଉଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୪ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଯଶବନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ସମୟରେ ଠାବ ହୋଇଥିବା ବିପୁଳ ପରିମାଣର ନଗଦ ଟଙ୍କାକୁ ନେଇ ବିବାଦ ଘନେଇବାରେ ଲାଗିଛି। ସୁପ୍ରିମ୍‌କୋର୍ଟ ଗତରାତିରେ ଏ ବାବଦ ଉପଲବ୍ଧ ତଥ୍ୟ ଓ ରିପୋର୍ଟ ସାର୍ବଜନୀନ କରିଥିବାବେଳେ ଏଥି‌ପାଇଁ ଯାଞ୍ଚ କମିଟି ମଧ୍ୟ ଗଠନ ହୋଇଛି। ଘଟଣାକୁ ନେଇ ଜଷ୍ଟିସ୍‌ ବର୍ମା କହିଛନ୍ତି ଯେ, ସେ କିମ୍ବା ତାଙ୍କ ପରିବାରର କେହି ଏହି ଟଙ୍କା ବିଷୟରେ ଜାଣି ନାହାନ୍ତି। ଏହି ଘଟଣା ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏକ ଷଡ଼ଯନ୍ତ୍ର। ସେ କହିଛନ୍ତି, ଟଙ୍କା ସେ ରହୁଥିବା ମୁଖ୍ୟ କୋଠାରୁ ନୁହେଁ, ବରଂ ଆଉଟହାଉସରୁ ମିଳିଛି। ସେ କିମ୍ବା ତାଙ୍କ ପରିବାର ଳୋକେ ସେଠାରେ କେବେ କୌଣସି ଟଙ୍କା ରଖନ୍ତି ନାହିଁ।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories