www.samajalive.in
Thursday, December 11, 2025
16.1 C
Bhubaneswar

କନିଷ୍ଠ ଯନ୍ତ୍ରୀଙ୍କ ବଙ୍ଗଳାରେ ପାଣି ଫ୍ୟାକ୍ଟ୍ରି ଓ ଫର୍ଣ୍ଣିଚର ଶୋ’ରୁମ, ଲାଞ୍ଚ ଅଭିଯୋଗରେ ଚାଲିଛି ଚଢ଼ାଉ

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କର ସମ୍ପତ୍ତିର ଚେର ବହୁ ଲମ୍ବା। ବାସଭବନରେ ଚାଲିଥିଲା ପାଣି ପାଉଚ ଫ୍ୟାକ୍ଟ୍ରି ଏବଂ ଫର୍ଣ୍ଣିଚର ଶୋ’ରୁମ। ଭିଜିଲାନ୍ସ ଚଢ଼ାଉବେଳେ ଏହା ସାମ୍ନାକୁ ଆସିଛି। ଶୁକ୍ରବାର ସନ୍ଧ୍ୟାରେ ଭୀମସେନ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ରାତିରୁ ଚଢ଼ାଉ ଆରମ୍ଭ ହୋଇଥିଲା। ଶନିବାର ଭୀମସେନଙ୍କ ଖୋର୍ଦ୍ଧା ଜିଲା ବାଲିଅନ୍ତା ବ୍ଲକର ବ୍ରାହ୍ମଣଷଡ଼ଙ୍ଗୀ ଅନ୍ତର୍ଗତ ବେଣ୍ଟପୁରଶାସନସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଛି। ତାଙ୍କ ଘରୁ ଲକ୍ଷାଧିକ ଟଙ୍କା ଏବଂ ସୁନାଗହଣା ଜବତ ହୋଇଛି।

ସୂଚନା ଅନୁସାରେ, ଭୀମସେନ ଯାଜପୁର ଜିଲା କୁଆଖିଆ ସେକସନର ଜରକା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ସେ ନିକ କାର୍ଯ୍ୟାଳୟରୁ ବାଲିଅନ୍ତାସ୍ଥିତ ଘରକୁ ନିଜ କାରରେ ଫେରୁଥିବା ସମୟରେ ଟାଙ୍ଗୀ ଟୋଲଗେଟ ନିକଟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ସେ ଠିକାଦାରଙ୍କଠାରୁ ଲାଞ୍ଚ ନେଇ ନିଜ ଘରକୁ ଫେରୁଥିବା ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଥିଲା। ତାହାକୁ ଆଧାର କରି ଭିଜିଲାନ୍ସର ଏକ ଟିମ ୧୬ ଜାତୀୟ ରାଜପଥର ଟାଙ୍ଗୀ ଟୋଲ ଗେଟ୍‌ ନିକଟରେ ଭୀମସେନଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ମିଳିଥିଲା। ଅଧିକାରୀମାନେ ଭୀମସେନଙ୍କୁ ଟଙ୍କାର ଉତ୍ସ ବିଷୟରେ ପଚାରିଥିଲେ। କିନ୍ତୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ସହିତ ଗାଡ଼ିକୁ ଜବତ କରିଥିଲେ। ଏହା ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୀମସେନଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଚଢ଼ାଉ ଆରମ୍ଭ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories