www.samajalive.in
Wednesday, December 10, 2025
14.1 C
Bhubaneswar

ଓଡ଼ିଆ ଚଳଚ୍ଚିତ୍ରକୁ ଉପେକ୍ଷା; ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ‘ଶୀତ ରାତି’, ‘ଧାରେ ଆଲୁଅ’, ‘କ୍ଲାନ୍ତ ଅପରାହ୍ଣ’, ‘ମାୟା ମିରିଗ’, ‘ମଝି ପାହାଚ’, ‘ମୋକ୍ଷ’, ‘ଅହଲ୍ୟା’, ‘ଶୂନ୍ୟ ସ୍ବରୂପ’, ‘ଇନ୍ଦ୍ରଧନୁର ଛାଇ’ ଆଦି ଅନେକ ଚଳଚ୍ଚିତ୍ର ଜାତୀୟ ଏବଂ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ସ୍ଥାନ ପାଇଥିଲେ ସୁଦ୍ଧା ଜାତୀୟ ସଂଗ୍ରହାଳୟରେ ସ୍ଥାନ ପାଇନି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀ। ଗତକାଲି ଏହାକୁ ଅନେକ ପ୍ରଯୋଜନ, ନିର୍ଦେଶକ ନିନ୍ଦା କରିଥିବାବେଳେ କଳାକାରଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ଏମିତିକି କିଛି ସିନେ ଗବେଷକ ଏବଂ ସମୀକ୍ଷକ ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ପ୍ରତିବାଦରେ ଏବଂ ଜାତୀୟ ସଂଗ୍ରହାଳୟରେ ଓଡ଼ିଆ ଚଳଚ୍ଚିତ୍ରକୁ ସ୍ଥାନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ।
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ସ୍ପ‌ଷ୍ଟ କରିଛନ୍ତି ଯେ, ପ୍ରଥମ ହିନ୍ଦୀ ବୃତ୍ତି ଚଳଚ୍ଚିତ୍ର ୧୯୩୨ରେ ହୋଇଥିଲା। ୪ ବର୍ଷ ବ୍ୟବଧାନରେ ହୋଇଥିଲା ‘ସୀତା ବିବାହ’ । ଏହାକୁ ସ୍ଥାନ ଦିଆନଯିବା ଓଡ଼ିଶା ପ୍ରତି ଉପେକ୍ଷା ବୋଲି ସେ ଉଲ୍ଲେଖ କରିଛନ୍ତି ।
ଓଡିଶାର କଳା ସଂସ୍କୃତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସ୍ବତନ୍ତ୍ର ସ୍ଥାନ ସାରା ଦେଶରେ ରହିଛ। ଏହାପରେ ବି ଜାତୀୟ ସଂଗ୍ରହାଳୟରେ ସ୍ଥାନ ନପାଇବା ‌େ‌ନୖରାଶ୍ୟଜନକ। ଏଦିଗରେ ପଦକ୍ଷେପ ନେବା ସହିତ ସଂଗ୍ରହାଳୟରେ ସ୍ଥାନ ଦେବାକୁ ଶ୍ରୀତ୍ରିପାଠୀ ଚିଠିରେ ଦର୍ଶାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories