www.samajalive.in
Sunday, December 7, 2025
16.1 C
Bhubaneswar

ରାଜ୍ୟ ସରକାର ସ୍ଥାପନ କରିବେ ଗାନ୍ଧୀ ବିଚାର ଅଧ୍ୟୟନ କେନ୍ଦ୍ର

ଭୁବନେଶ୍ୱର:ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀକୁ ସାରା ରାଜ୍ୟରେ ୨ବର୍ଷ ବ୍ୟାପି ବ୍ୟାପକ ଭାବେ ପାଳନ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହିକ୍ରମରେ ବୁଧବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରଶାସନିକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗାନ୍ଧୀ ବିଚାର ଅଧ୍ୟୟନ କେନ୍ଦ୍ର ସ୍ଥାପନ କରିବାକୁ ବିଶ୍ବବିଦ୍ୟାଳୟ ସ୍ଥିର କରିବା ଲାଗି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଛନ୍ତି।
ବୈଠକରେ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ବିଭିନ୍ନ ପ୍ରସ୍ତାବ ଉପରେ ଅବଗତ କରାଇଥିବାବେଳେ ଜିଲାସ୍ତରୀୟ କମିଟିକୁ ଅଧିକ କର୍ମଚଞ୍ଚଳ କରିବା ସହ ପ୍ରତ୍ୟେକ କାର୍ଯ୍ୟକ୍ରମରେ ବ୍ୟାପକ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ।
ବୈଠକର ସୂଚନା ଅନୁଯାୟୀ ପ୍ରତି ଜିଲାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ପ୍ରତି ବ୍ଲକରେ କସ୍ତୁରବା ଆଦର୍ଶ ପଞ୍ଚାୟତ ଚିହ୍ନଟ, ଗାନ୍ଧୀ ବିଚାର ଅଧ୍ୟୟନ କେନ୍ଦ୍ର ସ୍ଥାପନ ନିମନ୍ତେ ବିଶ୍ବବିଦ୍ୟାଳୟ ଚିହ୍ନଟ, ମହାତ୍ମା ଗାନ୍ଧୀ ଏବଂ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ସମ୍ପର୍କିତ ଦସ୍ତାବିଜ୍‌, ଚିଠିପତ୍ର, ଗୀତ କବିତା, ଗବେଷଣା ପ୍ରବଦ୍ଧ, ଅଭିଭାଷଣ ଆଦିର ଦୃଶ୍ୟ- ଶ୍ରାବ୍ୟ ସଂରକ୍ଷଣ ଭୁବନେଶ୍ବରରେ ଗାନ୍ଧୀ ସ୍ମାରକୀ ସ୍ତମ୍ଭ ନିର୍ମାଣ ଆଦି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବ। ରାଜଧାନୀ ଏକ ବଡ଼ ଆକାରର ଗାନ୍ଧୀପାର୍କ ନିର୍ମାଣ କରିବା ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପରାମର୍ଶ ଦେଇଥିଲେ।
ବୈଠକରେ ସଂସ୍କୃତି ସଚିବ ଶ୍ରୀ ପାଣିଗ୍ରାହୀ ଜଣାଇଥିଲେ ଯେ ରାଜ୍ୟରେ ୨୦୧୮ ମସିହା ଅକ୍ଟୋବର ୨ରୁ ସ୍ବତନ୍ତ୍ର ୨ ବର୍ଷିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଦିନ ଭୁବନେଶ୍ବର ଚତୁପାର୍ଶ୍ବଃରେ ରାମଧୁନ ସଂକୀର୍ତ୍ତନ ଯାତ୍ରା ଆସି ଜୟଦେବ ଭବନରେ ସମ୍ମିଳିତ ହୋଇଥିଲା। ବିଧାନସଭା ପରିସରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା। ଗାନ୍ଧୀପୀଠ ନିକଟସ୍ଥ ନବନିର୍ମିତ ସେତୁକୁ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ କରାଯାଇଛି। ଏବାବଦକୁ ପ୍ରାୟ ୭ କୋଟି ୬ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ମଞ୍ଜୁର ହୋଇଛି।
ମାର୍ଚ୍ଚ ୨୩ରେ କଟକରେ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଆ ଆଗମନର ସ୍ମାରକୀ ଉତ୍ସବ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥି ନିମନ୍ତେ କଟକ ଜିଲାକୁ ୫ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅନୁଦାନ ଦିଆଯାଇଥିଲା। ସେହିପରି ପ୍ରତି ଜିଲାକୁ ମଧ୍ୟ ୨ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିବା ବୈଠକରୁ ଜଣାଯାଇଛି।
ବୈଠକରେ ଅର୍ଥବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories