www.samajalive.in
Monday, December 8, 2025
13.1 C
Bhubaneswar

ଆବାସ ଯୋଜନାର ଅସଲ ଚିତ୍ର : ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳ ପାଲଟିଛି ମହିଳାଙ୍କ ବାସସ୍ଥାନ

ବଲାଙ୍ଗିର : ଆଉ ଦିନକ ପରେ ଅକ୍ଟୋବର ୨। ଏହି ଦିନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯିବ। ଏଥି ପାଇଁ ଜିଲା ପ୍ରଶାସନର ବିଭାଗୀୟ ସ୍ତରରେ ପ୍ରସ୍ତୁତି ଚାଲିଛି। କରୋନା ଯୋଗୁଁ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ହେଲେ ଏସବୁ ଭିତରେ  ଯେ, ସରକାରୀ  ଆବାସ ଯୋଜନାର ଅସଲ ଚିତ୍ର ଦେଖିବାକୁ ମିଳିଛି।

ବଲାଙ୍ଗିର ସହରର ଭାଗିରଥୀ ଛକ। ଏଠାରେ ଗତ ବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏନେଇ ଗାନ୍ଧୀ ମାର୍ଗ ଜିଲାପାଳଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ଏଥିରେ ସହରର ଅନେକ ବୁଦ୍ଧିଜୀବୀ, ଗାନ୍ଧୀ ପ୍ରେମୀ ତଥା ଜନସାଧାରଣ ଯୋଗ ଦେଇଥିଲେ। ହେଲେ ବର୍ଷକ ପରେ ଏହି ପରିସରର ଚିତ୍ର ବଦଳି ଯାଇଛି। ଜଣେ ମହିଳା ଓ ଯୁବକ ଏଠାରେ ଦୀର୍ଘ ଦିନ ହେଲା ତମ୍ବୁ ମାରି ରହୁଛନ୍ତି। ବାରମ୍ବାର ଅଭିଯୋଗ କଲା ସତ୍ତ୍ବେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି। ଏହାରି ପରିସରରେ ଥିବା ଷ୍ଟିଲ ରେଲିଂରେ ଶାଢୀ ତଥା ଅନ୍ୟ ଜିନିଷ ବିଛେଇ ରଖାଯାଇଥିବା ବେଳେ ଭିତରେ ରୋଷେଇ କରାଯାଛି। ଅନ୍ୟାନ୍ୟ ଆସବାପତ୍ର ମଧ୍ୟ ରଖାଯାଇଛି। ଗାନ୍ଧୀ ସ୍ମୃତି କମିଟି କର୍ମକର୍ତ୍ତାଙ୍କ ଦାବି ପରେ ତତ୍କାଳୀନ ଜିଲାପାଳ ଅରିନ୍ଦମ ଡାକୁଆ ଏହାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ବ୍ରୋଞ୍ଚର ମୂର୍ତ୍ତି ସ୍ଥାପନ କରାଯାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ହେଲେ ଏହି ସ୍ଥାନ ପୁଣି କିଛି ଲୋକଙ୍କ ଜବରଦଖଲରେ ରହିଲାଣି। ଏହାକୁ ନେଇ ଗାନ୍ଧୀ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। କଣ ଜିଲା ପ୍ରଶାସନ ଆବାସ ଯୋଜନାରେ ଫେଲ ମାରିଗଲା କି? ନା ଜବରଦଖଲକାରୀଙ୍କୁ ପୁଣି ଆଉ ଏକ ସୁଯୋଗ ପ୍ରଦାନ କରୁଛି। ଜିଲା ପ୍ରଶାସନର ନଗର ଉନ୍ନୟନ ବିଭାଗ, ଡିଆରଡିଏ କାର୍ଯ୍ୟାଳୟ ତଥା ଅନେକ ସରକାରୀ କାର୍ଯ୍ୟାଳୟ ଥିଲେ ହେଁ ଜଣେ ମହିଳା ଓ ଯୁବକ ରହିବା ଜିଲା ପ୍ରଶାସନର କାର୍ଯ୍ୟ ଧାରା ପ୍ରତି ବିକାଶର ନଗ୍ନତା ସୃଷ୍ଟି କରୁଛି। ଏଭଳି ଅନେକ ଅସମାହିତ ପ୍ରଶ୍ନ ସହରବାସୀଙ୍କ ମନରେ ଉଙ୍କି ମାରୁଛି ଯେ, ସତରେ ବଲାଙ୍ଗିର ବିକାଶ ହେଉଛି ନା ଏହା ଅନ୍ୟ କିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories