www.samajalive.in
Wednesday, November 19, 2025
29.1 C
Bhubaneswar

ଗାଡ଼ି କାଗଜପତ୍ର, ଡ଼୍ରାଇଭିଂ ଲାଇସେନ୍ସ ଧରି ବୁଲିବା ଝମେଲା ଶେଷ

ଗାଡ଼ି ଚଳାଇବାବେଳେ ଡ୍ରାଇଭିଂ ଲାଇସେନ୍ସ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସାଥୀରେ ଧରି ବୁଲିବାର ଆବଶ୍ୟକତା ନାହିଁ । ଆସନ୍ତାକାଲିଠାରୁ ଡ଼ିଜିଟାଲ ଲକରରେ ରହିଥିବା ଏହି ପ୍ରମାଣପତ୍ର ବୈଧ ବୋଲି ବିବେଚିତ ହେବ ଏବଂ ଏହାକୁ ଯାଞ୍ଚ ବେଳେ ଡ଼୍ରାଇଭର ବା ଗାଡ଼ି ମାଲିକ ଦେଖାଇ ପାରିବେ  ।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ରେ କରାଯାଇଥିବା ସଂଶୋଧନ ଅନୁଯାୟୀ, ଗାଡି ଚଳାଇବା ସମୟରେ ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣପତ୍ର, ବୀମା ଏବଂ ନିର୍ଗମନ ପ୍ରମାଣପତ୍ର ବହନ କରିବା ଆବଶ୍ୟକ ନାହିଁ।ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ଅନୁଯାୟୀ ଯଦି ଏହି ଡକ୍ୟୁମେଣ୍ଟକୁ  ଆକାଉଣ୍ଟରେ ଡିଜି ଲକର କିମ୍ବା ଏମ-ପରିବହନରେ ରଖାଯାଇ ପାରିବ ।  ଏହି ଡକ୍ୟୁମେଣ୍ଟଗୁଡ଼ିକ ମୂଳ ଦଲିଲ ସହିତ ସମାନ ବିବେଚିତ ହେବ ।

- Advertisement -

ଉପଭୋକ୍ତା ବ୍ୟାପାର କାର୍ଯ୍ୟକର୍ତା ଅଜୟ ଜଗାଙ୍କ ସୂଚନା ଅନୁସାରେ ଅନେକ ସମୟରେ ମୂଳ ଦଲିଲ ସାଥୀରେ ଧରି ବୁଲିବାବେଳେ ହଜିଯିବା ଆଶଙ୍କା ରହିଛି । ଏହାପରେ ଡ଼କୁମେଣ୍ଟ ନିମନ୍ତେ  ଫି ଦାଖଲ, ରିପୋର୍ଟ ଗ୍ରହଣ ପାଇଁ ଆଫିଡେଭିଟ୍ ଏବଂ ଡକ୍ୟୁମେଣ୍ଟ୍ ପୁନଃ ପ୍ରସ୍ତୁତ କରିବାରେ ସମୟ ଲାଗିଯାଏ । ତେଣୁ   ସମସ୍ତ ଗାଡି ମାଲିକ, ଡ୍ରାଇଭର ଆକାଉଣ୍ଟକୁ ଡିଜି ଲକର କିମ୍ବା ଏମ-ପରିବର୍ତନରେ ରଖିବାକୁ ଚେଷ୍ଟା କରିବା ଉଚିତ ।

Hot this week

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

Related Articles

Popular Categories