www.samajalive.in
Sunday, December 14, 2025
19.1 C
Bhubaneswar

ଅବହେଳିତ ଅବସ୍ଥାରେ ମିଗ- ୨୩ ଯୁଦ୍ଧ ବିମାନ

ପାଟଣା : ଦୀର୍ଘ ଦିନର ବ୍ୟବଧାନ ପରେ ସାହାରପଡ଼ା ବ୍ଲକ ଅନ୍ତର୍ଗତ ବିଲା ଛକରେ ମିଗ ଯୁଦ୍ଧ ବିମାନଟି ଅବହେଳିତ ହୋଇପଡିରହିବା ସମ୍ୱନ୍ଧରେ ଚର୍ଚ୍ଚା ହେଉଛି । ଆଜି ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା କିରଣ ବାଳା ନାଏକ ସାହାରପଡା ଗସ୍ତରେ ଆସିଥିବା ସମୟରେ କିଛି ସମୟ ପାଇଁ ବିଲା ଛକରେ ରହି ମିଗ ଯୁଦ୍ଧ ବିମାନଟିକୁ ପରିଦର୍ଶନ କରିଥିଲେ । ଏହି ଅବସରରେ କିଛି ଆଞ୍ଚଳିକ ବ୍ୟକ୍ତି ତାଙ୍କ ସହିତ ଯୁଦ୍ଧ ବିମାନ ସମ୍ୱନ୍ଧରେ ଆଲୋଚନା କରିଥିଲେ ।ବହୁ ଅନୁରୋଧ ସତ୍ୱେ ବିଗତ ସରକାର ଉକ୍ତ ସେବା ନିବୃତ ଯୁଦ୍ଧ ବିମାନର ରକ୍ଷଣା ବେକ୍ଷଣ କିମ୍ବା ରଙ୍ଗ ମାରିବା ସମ୍ୱନ୍ଧରେ କର୍ଣ୍ଣ ପାତ କରିନଥିଲେ । କେହି ଦୁର୍ବୁତ୍ତ ସମସ୍ତ ନଟ ବୋଲ୍ଟ ଖୋଲି ନେଇଗଲେଣି l ଆଉ କିଛି ବୋଲ୍ଟ ଖୋଲି ନେଇଗଲେ ଡେଣା ଗୁଡିକ ଖସି ପଡିବ । ତେଣୁ ବର୍ତ୍ତମାନର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ରକ୍ଷଣା ବେକ୍ଷଣ ସହିତ ରଙ୍ଗ ମାରିବା ଏବଂ ଏଠାରେ ଏକ ପାର୍କ ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ କରାଇବା ପାଇଁ ଆଞ୍ଚଳିକ ଅଧିବାସୀ ଶ୍ରୀମତୀ ନାଏକଙ୍କୁ ଅନୁରୋଧ କରିଥିଲେ l ଶ୍ରୀମତୀ ନାଏକ ମଧ୍ୟ ସରକାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ l ପ୍ରକାଶ ଥାଉକି ଉକ୍ତ ମିଗ ୨୩ ଯୁଦ୍ଧ ବିମାନଟି କାର୍ଗିଲ ଯୁଦ୍ଧରେ ନିୟୋଜିତ ଥିଲା ଶେଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବାୟୁ ସେନା ବିଭାଗ ୧୪ ଡ଼ିସେମ୍ବର ୨୦୨୦ ମସିହାରେ ପ୍ରଦର୍ଶନ ନିମନ୍ତେ ଏହି ଯୁଦ୍ଧ ବିମାନଟିକୁ ଖଜିରାପାଟ ସରପଞ୍ଚଙ୍କୁ ଏକ ସରକାରୀ ଚିଠି ମାଧ୍ୟମରେ ହସ୍ତାନ୍ତର କରାଯାଇଥିଲା ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories