www.samajalive.in
Sunday, December 14, 2025
26.1 C
Bhubaneswar

ଡିଜିଟାଲ ଗିରଫର ଭୟ ଦେଖାଇ ଠକିନେଲେ ୨୦ କୋଟି, ୨ ଗିରଫ

ମୁମ୍ବାଇ : ଡିଜିଟାଲ ଗିରଫଦାରିର ଭୟ ଦେଖାଇ ୨୦ କୋଟି ଟଙ୍କା ଲୁଟିନେବା ଖବର ସାମ୍ନାକୁ ଆସିଛି । ଏମିତି ଠକାମୀର ଶିକାର ହୋଇଛନ୍ତି ଜଣେ ବୟସ୍କା ମହିଳା । ମୁମ୍ବାଇରୁ ସାଇବର ଅପରାଧୀମାନେ ଜଣେ ୮୬ ବର୍ଷୀୟା ମହିଳାଙ୍କୁ ପ୍ରଥମେ ଟଙ୍କା ଠକେଇ ଅଭିଯୋଗରେ ଫସାଇଥିଲେ । ସେମାନେ ମହିଳାଙ୍କୁ ଗିରଫ କରିବାକୁ ଧମକ ଦେଇ ଅନଲାଇନରେ ନକଲି କୋର୍ଟ କାର୍ଯ୍ୟ ମଧ୍ୟ ଦେଖାଇଥିଲେ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର..

ପୋଲିସର ସୂଚନା ଅନୁଯାୟୀ, ମହିଳାଙ୍କୁ ପ୍ରଥମେ ସିବିଆଇରୁ ସନ୍ଦୀପ ରାଓ ନାମରେ ଜଣେ ବ୍ୟକ୍ତି ଫୋନ୍ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ମହିଳାଙ୍କ ନାମରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ଏହି ଆକାଉଣ୍ଟକୁ ଟଙ୍କା ହେରଫେର ପାଇଁ ବ୍ୟବହାର କରାଯାଉଛି । ଠକ ଏହା ମଧ୍ୟ କହିଥିଲା, ଏହି ଆକାଉଣ୍ଟରୁ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ପଠାଯାଇଛି । ହ୍ୱାଟସଆପ୍ କଲ୍ ସମୟରେ ସେ ମହିଳାଙ୍କୁ ଧମକ ଦେଇଥିଲେ ଯେ ତାଙ୍କ ପିଲାମାନଙ୍କୁ ଗିରଫ କରାଯିବ ଏବଂ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରିଦିଆଯିବ । ସେ ମହିଳାଙ୍କୁ କହିଥିଲେ ଯେ ତାଙ୍କ ବିରୁଦ୍ଧରେ ଏକ ଗିରଫ ପରୱାନା, ଏକ ଫ୍ରିଜ୍ ପରୱାନା ଏବଂ ଏକ ଗୋପନୀୟତା ଚୁକ୍ତିନାମା ଅଛି । ବୃଦ୍ଧ ମହିଳାଙ୍କୁ ଚେତାବନୀ ଦିଆଯାଇଥିଲା କି, ଯଦି ସେ ସହଯୋଗ ନ କରନ୍ତି, ତେବେ ତାଙ୍କ ଘରକୁ ପୋଲିସ ପଠାଯିବ । ଏହା ଶୁଣି ମହିଳା ଜଣକ ଭୟଭୀତ ହୋଇଯାଇଥିଲେ ।

- Advertisement -

ବୃଦ୍ଧା ଭୟଭୀତ ହେବାର ସୁଯୋଗ ନେଇ ସାଇବର ଅପରାଧୀ ମାନେ ଟଙ୍କା ଟ୍ରାନ୍ସଫର କରିବାର ବାଟ ବତାଇଥିଲେ । ମହିଳାଙ୍କୁ ପୋଲିସ ଷ୍ଟେସନ ଯିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ । ତାଙ୍କୁ କୁହାଯାଇଥିଲା, ଯେ ତାଙ୍କର ଇ-ତଦନ୍ତ ପୋଲିସ ନଜରରେ ଜାରି ରହିବ । ଅପରାଧିକ କାର୍ଯ୍ୟକଳାପ ସହିତ ଜଡିତ ଟଙ୍କା ଯାଞ୍ଚ କରିବା ବାହାନାରେ ତାଙ୍କୁ ବ୍ୟାଙ୍କ ବିବରଣୀ ଦେବାକୁ କୁହାଯାଇଥିଲା । ସେମାନେ ତାଙ୍କୁ ତାଙ୍କର ସମସ୍ତ ଟଙ୍କା ଏକ କୋର୍ଟ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ କହିଥିଲେ । ତଦନ୍ତ ପରେ ଟଙ୍କା ଫେରସ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ବି ଦେଇଥିଲେ। ସେମାନେ ମହିଳାଙ୍କୁ ସିବିଆଇ ରୂପରେ ଚେତାବନୀ ଦେଇଥିଲେ ଯେ, ସେ କେବଳ ତାଙ୍କ କୋଠରୀରେ ରହିବେ,  ଚିତ୍କାର କରିବେ ନାହିଁ ଏବଂ କେବଳ ଖାଦ୍ୟ ଖାଇବା ପାଇଁ ବାହାରକୁ ଆସିପାରିବେ । ଠକ ସନ୍ଦୀପ ରାଓ ମହିଳାଙ୍କୁ କହିଥିଲେ ଯେ ସିବିଆଇର ଏକ ସ୍ୱତନ୍ତ୍ର ଦଳ ତାଙ୍କ ମାମଲାର ତଦନ୍ତ କରୁଛି, ତାଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାଖଲ କରାଯାଇଛି ।

ମହିଳାଙ୍କ ଘରେ କାମ କରୁଥିବା ଜଣେ ଚାକରାଣୀ ବୃଦ୍ଧାଙ୍କ ଆଚରଣରେ ପରିବର୍ତ୍ତନ ଲକ୍ଷ୍ୟ କରି ତାଙ୍କ ଝିଅକୁ ଘଟଣା  ସମ୍ପର୍କରେ ଜଣାଇଥିଲେ । ଘଟଣାକୁ ନେଇ ପୋଲିସରେ ଅଭିଯୋଗ ପରେ ପୋଲିସ ମାର୍ଚ୍ଚ ୪ ତାରିଖରେ ଏକ ଏଫଆଇଆର ପଞ୍ଜିକୃତ କରିଥିଲା । ଏହା ପରେ, ପୋଲିସ ମାଲାଡରୁ ଶୟନ ଶେଖ (୨୦) ଏବଂ ମୀରା ରୋଡରୁ ରାଜିକ ଭଟ୍ଟ (୨୦)କୁ ଗିରଫ କରିଥିଲା । ଶୟନର ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା, ଯେତେବେଳେ ୯ ଲକ୍ଷ ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା । କିନ୍ତୁ ଅନ୍ୟ ଜଣେ ଅଭିଯୁକ୍ତକୁ ଟଙ୍କା ଦେଇଥିଲେ, ଯିଏ ଏହାକୁ କ୍ରିପ୍ଟୋ କରେନ୍ସିରେ ରୂପାନ୍ତରିତ କରିଥିଲେ । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ଖୋଳତାଡ ଚଳାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories