www.samajalive.in
Sunday, December 14, 2025
26.1 C
Bhubaneswar

ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ଅଧ୍ୟାପକ ଗିରଫ

ଯାଜପୁର: ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ହ୍ୟୁମାନ୍‌‌ ରାଇଟ୍ସ ପ୍ରୋଟେକ୍ସନ୍‌‌ ସେଲ ଟିମ୍‌‌ ଗୁଜୁରାଟରୁ ଅଭିଯୁକ୍ତ ଅଧ୍ୟାପକକୁ ଗିରଫ କରିଥିବା ସୂଚନା ମିଳିଛି। ଯାଜପୁର ଜିଲା ବାଲିଆସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକଙ୍କୁ ଛାତ୍ରୀ ନିର୍ଯାତନା ଅଭିଯୋଗରେ ଗିରଫ କରାଯାଇଛି।

ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ବରୀ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଥିଲା। ଜାନୁଆରୀ ୬ ତାରିଖରେ ପୀଡ଼ାତା ଛାତ୍ରୀ ଥାନାରେ ଅଭିଯୋଗ କରିଥିଲେ। ଅଧ୍ୟାପକଙ୍କ ଗିରଫ ଦାବିରେ କଲେଜ ଆଗରେ ପୀଡ଼ିତା ଛାତ୍ରୀ ଧାରଣାରେ ବସିଥିଲେ। ଅଭିଯୋଗ ପରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଯାଜପୁର ଜିଲାପାଳ ନିଲମ୍ବନ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories