www.samajalive.in
Monday, December 8, 2025
27.1 C
Bhubaneswar

ହୁମା ଠାରୁ ବଟେଶ୍ୱର ସଂଯୋଗ ରାସ୍ତା ଖାଲଖମା

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ୧୬ ନମ୍ବର ଜାତୀୟ ରାଜପଥରୁ ବଟେଶ୍ୱର ମନ୍ଦିରକୁ ସଂଯୋଗ ରାସ୍ତାଟି ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ରହିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ଏହି ରାସ୍ତାର ମରାମତି ଅଭାବ ଯୋଗୁଁ ବର୍ତ୍ତମାନ ଖାଲଖମା ସୃଷ୍ଟି ହେଇଛି। ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ, ଫଳରେ ଯାତାୟାତ ବେଳେ ଅସୁବିଧା ସୃଷ୍ଟି ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସୂଚନା ଯୋଗ୍ୟ, ଏହି ରାସ୍ତାରେ କଣ୍ଟିଆ ଗଡ଼, ନୀଳାଦ୍ରିପୁର, ଖଟୁଆ କୁଦା, ପୋଡ଼ମ ପେଟା, ସମେତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ମନ୍ଦିରକୁ ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଯାଇଥାନ୍ତି। ସେହିପରି ବିରଳ ଅଲିଭ ରିଡ୍‌ଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡା ଦାନ ହେଉ କିମ୍ବା ଅଣ୍ଡାରୁ ଛୁଆ ହେବା ପରେ ଏହି ରାସ୍ତାରେ ବହୁ ପଦାଧିକାରୀ ସମେତ ଅନ୍ୟମାନେ ଆସିଥାନ୍ତି। ଏପରିକି ଏହି ରାସ୍ତାରେ ଏକ ସରକାରୀ ବସ ସେବା ମନ୍ଦିର ପର୍ଯ୍ୟନ୍ତ ଚାଲୁଛି। ଏହି ସବୁ ବ୍ୟବସ୍ଥା  ଥିବା ବେଳେ ରାସ୍ତାଟି ଖାଲଖମା ହୋଇ ପଡ଼ି ରହିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି।

୧୦୦ ବର୍ଷ ପରେ ହିନ୍ଦୁ ନବବର୍ଷରେ ଦୁର୍ଲ୍ଲଭ ଯୋଗ : ଏହି ରାଶିଙ୍କ ହଠାତ୍‌ ଚମକିବ ଭାଗ୍ୟ, ମିଳିବ ଧନ, ବଢିବ ଦରମା..

ସ୍ୱାମୀକୁ ହତ୍ୟା ପରେ ୧୫ ଖଣ୍ଡ କଲା ସ୍ତ୍ରୀ, ସିମେଣ୍ଟରେ କଲା ସିଲ୍‌, ଆଶ୍ଚର୍ଯ୍ୟ କରିବ କାରଣ

- Advertisement -

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories