www.samajalive.in
Sunday, December 14, 2025
23.1 C
Bhubaneswar

କବିତା ପାଠ ଓ ପୁସ୍ତକ ଉନ୍ମୋଚନ 

କଳାପଥର : ସର୍ବ ଭାରତୀୟ ସଂସ୍ଥା ଜ୍ଞାନ ପ୍ରକାଶ ତରଫରୁ ତ୍ରିକୂଟଧାମ ବୈଦ୍ୟେଶ୍ୱର -ଗୋପୀନାଥପୁର ଟିସେତୁ କଡ଼  ସିଂହନାଥ ପୀଠରେ ଏକ ମନୋଜ୍ଞ କବିତା ପାଠ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ମାନସ ରଞ୍ଜନ ସାହୁଙ୍କ ଆବାହକତ୍ବରେ ଆୟୋଜିତ ଏହି ସଭାରେ ଜ୍ଞାନ ପ୍ରକାଶ ସଂସ୍ଥାର ପ୍ରତିଷ୍ଠାତା ଜ୍ଞାନଚନ୍ଦ୍ର ଶତପଥୀ ସଭାପତି ପଦ ଅଳଙ୍କୃତ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ ସୁକୁମାର ସାମଲ । ପ୍ରଫେସର କୁଳମଣି ବାରିକି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାହିତ୍ୟ ସମାଜର ସଂସ୍କାର ପାଇଁ ଉଦ୍ଦିଷ୍ଟ ହେବା ସହ ଲୋକମାନଙ୍କ ସଚେତନତା ସୃଷ୍ଟି ଓ ସୁସ୍ଥ ଜନସମାଜର ପ୍ରତିଷ୍ଠା ପାଇଁ ବିଧିବଦ୍ଧ ଭାବେ ଲେଖନୀ ଚାଳନା କରିବାକୁ କଲମଧାରୀଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରବିନାରାୟଣ ମଙ୍ଗରାଜ, ପର୍ଯ୍ୟବେକ୍ଷକ ଭାବେ ସଚ୍ଚିଦାନନ୍ଦ ଦାଶ ଓ ଦୁର୍ଯ୍ୟୋଧନ ବରାଳ ଯୋଗ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବିନାୟକ ମିଶ୍ର। ଏହି ଅବସରରେ କବି ନରୋତ୍ତମ ବେହେରାଙ୍କ ଫୁଲ ଫୁଟିଅଛି ପିଲାଙ୍କ ପାଇଁ ପୁସ୍ତକ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଉକ୍ତ କବିତା ପାଠ କାର୍ଯ୍ୟକ୍ରମରେ ରାଧାମଣୀ ମହାପାତ୍ର, ସରୋଜିନୀ ଦାଶ, ସଦାନନ୍ଦ ଦାଶ, ମନ୍ମଥ କୁମାର ସ୍ଵାଇଁ, ହରିହର ପଣ୍ଡା, ରବୀନ୍ଦ୍ର ଛୋଟରାୟ, ହରିବନ୍ଧୁ ପଣ୍ଡା, ଅଭୟାନନ୍ଦ ଦାଶ, କେଦାରନାଥ ଶତ୍ରୁଜିତ, ସରୋଜ ନଳିନୀ ସାହୁ, ଅନିମା ମହାପାତ୍ର, ପବିତ୍ର ନନ୍ଦୀ, ବାସନ୍ତୀ ନନ୍ଦୀ, କାର୍ତ୍ତିକ ଚନ୍ଦ୍ର ପୁହାଣ, ମନମୋହନ ରାଉତ, କୃଷ୍ଣଚନ୍ଦ୍ର ରାଉତ, ରାମଚନ୍ଦ୍ର ବିଶ୍ବାଳ, ଜଗନ୍ନାଥ ବାରିକ, ବୀଣାପାଣି ଜେନା, ପ୍ରତୀକ୍ଷା ସାହୁ ପ୍ରମୁଖ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ମାନସ ରଞ୍ଜନ ସାହୁ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories