www.samajalive.in
Sunday, December 14, 2025
19.1 C
Bhubaneswar

ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ବିରାଟ ଶୋଭାଯାତ୍ରା: ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଭତ୍ତା ହିତାଧିକାରୀମାନଙ୍କ ସୁରକ୍ଷା ଓ ନ୍ୟାର୍ଯ୍ୟ ଦାବି ପୂରଣ ସମ୍ପର୍କରେ ଏକ ବିରାଟ ଶୋଭାଯାତ୍ରା କରାଯାଇଛି। ସ୍ଥାନୀୟ ଗାୟତ୍ରୀ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ହାତରେ ଦାବି ସମ୍ପର୍କିତ ପ୍ଲା କାର୍ଡ ଧରି ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ୭ ଦଫା ସମ୍ବଳିତ ଦାବିପତ୍ର ସ୍ଥାନୀୟ ଉପଜିଲ୍ଲାପାଳ ଡ. ରୀନା ପ୍ରଧାନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଆମ ରାଜ୍ୟରେ ନୂତନ ସରକାର ଗଠନ ହେବା ପୂର୍ବରୁ ୧ ହଜାର ଟଙ୍କା ପାଉଥିବା ଭତ୍ତା ହିତାଧିକାରୀ ୩ ହଜାର ଟଙ୍କା ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସରକାର ନିଜ ପ୍ରତିଶ୍ରୁତି ରଖି ନାହାନ୍ତି, ଯାହାରି ଫଳରେ ସମସ୍ତଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ସରକାରଙ୍କଠାରୁ ପାଉଥିବା ଭତ୍ତା ରାଶି ଦ୍ୱାରା ଗରିବ, ବିଧବା, ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ସ୍ୱାମୀ ପରିତ୍ୟକ୍ତା ଅସହାୟ ହିତାଧିକାରୀ ମାସ ତମାମ ସୁରୁଖୁରୁରେ ଅତି କଷ୍ଟର ସହ ଚଳି ଆସୁଥିବା ସ୍ଥଳେ ଠିକ ସମୟରେ ଭତ୍ତା ନପାଇବା ଓ ବ୍ୟାଙ୍କ ଦ୍ୱାରା ଭତ୍ତା ପାଉଥିବା ହିତାଧିକାରୀ ବହୁତ କଷ୍ଟରେ ଟଙ୍କା ଉଠାଉଛନ୍ତି। ଅନେକ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ଦୁର୍ବ୍ୟବହାର ଯୋଗୁଁଁ ଅସନ୍ତୋଷ ପ୍ରକାଶ ପାଉଛି। ସରକାର ମଙ୍ଗଳ ଯୋଜନାରେ ଅସହାୟ ବିଧବାଙ୍କ ଉପକାର ନିମନ୍ତେ ଯେଉଁ ସହାୟତା ରାଶି ପ୍ରଦାନ କରୁଛନ୍ତି, ତାହା ମଧ୍ୟ ହିତାଧିକାରୀ ଆବେଦନ କରୁଛନ୍ତି ସତ, ହେଲେ ବର୍ଷ ବର୍ଷ ଧରି ଉକ୍ତ ଟଙ୍କା ମିଳିବାରେ ବିଳମ୍ୱ ହେଉଛି। ଶେଷରେ ନିରାଶ ହୋଇ ନିଜ ଭାଗ୍ୟକୁ ଆଦରି ରହୁଛନ୍ତି ହିତାଧିକାରୀ। ନୂତନ ଭତ୍ତା ମଞ୍ଜୁର ହେବାରେ ବିଳମ୍ୱ ସହ କିଛି ଭତ୍ତାଧାରୀଙ୍କ ନୂତନ ଭତ୍ତା ମଞ୍ଜୁର ହୋଇଥିଲେସୁଦ୍ଧା ଭତ୍ତାଧାରୀ ଜାଣିପାରୁ ନାହାନ୍ତି। ଷାଠିଏ ବର୍ଷରୁ ଊର୍ଦ୍ଧ୍ବ ହୋଇଥିଲେସୁଦ୍ଧା କାଗଜ ପତ୍ରର ସଂଶୋଧନ ପ୍ରଶାସନ ଦ୍ୱାରା ସୁବିଧା ମିଳୁନ ଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଭତ୍ତା ଯୋଜନାରୁ ବଞ୍ଚିତ ହେଉଛନ୍ତି।

ଭିନ୍ନକ୍ଷମ, ବିଧବା ମହିଳାଙ୍କୁ ସ୍ୱତନ୍ତ୍ର ପକ୍କା ଘର ଯେପରି ସୁବିଧାରେ ମିଳି ପାରିବ, ସେ ଦିଗରେ ସରକାର ଗୁରୁତ୍ୱ ଦେବା ନିହାତି ଦରକାର ବୋଲି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି। ଏହି ମଞ୍ଚର ଉପଦେଷ୍ଟା ରଘୁନାଥ ମଲିକ, ଫିଲିପ କୁମାର ଦିଗାଲ, ଇମାନୁଏଲ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ସଭାପତି ପରମାନନ୍ଦ ନାୟକ, ସମ୍ପାଦକ ସୁରକ୍ଷିତ ନାୟକ, ଉପ ସଭାପତି ଶ୍ୟାମସନ ନାୟକ, ସୁଲେଶ୍ବର ବେହେରା ମାଝୀ, ଯୁଗ୍ମ ସମ୍ପାଦକ କୁମଶ୍ରୀ ପ୍ରଧାନ, କୋଷାଧକ୍ଷ ମହେଶ ଦିଗାଲ, କାର୍ଯ୍ୟକାରୀ ସଦସ୍ୟ ଶ୍ୟାମ ଦିଗାଲ, ଉଦୟ ନାଥ ନାୟକ, ଦେବ କୁମାର, ପୂର୍ଣ୍ଣଚନ୍ଦ୍ର ନାୟକ, ଜଳେଶ୍ୱର ନାୟକ, ବାସୁଦେବ ଦିଗାଲ, ଜିସାୟ ନାୟକ, ଜୁଆନ ପ୍ରଧାନ, ସୀମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିରାଟ ଶୋଭାଯାତ୍ରାରେ ଉପଖଣ୍ଡସ୍ତରୀୟ ପ୍ରତ୍ୟେକ ବ୍ଲକରୁ ଶତାଧିକ ହିତାଧିକାରୀମାନେ ଉପସ୍ଥିତ ରହି ନିଜ ନିଜର ସମସ୍ୟା ଉପସ୍ଥାପନା କରିବାସହ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories