www.samajalive.in
Tuesday, December 9, 2025
17.1 C
Bhubaneswar

ମଣିପୁରରେ ସାନି ହିଂସା, କର୍ଫ୍ୟୁ ଜାରି

ଇମ୍ଫାଲ : ମଣିପୁରରେ ସାନି ହିଂସାର ସୂତ୍ରପାତ ହେବା ସହିତ କର୍ଫ୍ୟୁ ଜାରି କରାଯାଇଛି। ସୂଚନାଯୋଗ୍ୟ ଚୁରାଚାନ୍ଦପୁର ଜିଲାରେ ରବିବାର ହମର ସଂପ୍ରଦାୟ ନେତା ରିଚାର୍ଡ ହମରଙ୍କ ଉପରେ ଆକ୍ରମଣ ହେବାପରେ ସ୍ଥିତି ପୁଣି ଜଟିଳ ହୋଇପଡିଛି। ରିଚାର୍ଡଙ୍କ କାର୍‌ ସହ ଗୋଟିଏ ବାଇକ୍‌ ଧକ୍କା ହେବାରୁ ଅଳ୍ପ​‌େ​‌କ ବର୍ତ୍ତିଯାଇଥିଲା। ତେବେ ଏହି ଘଟଣାକୁ ନେଇ ବାଇକ୍‌ ଚାଳକ ଏବଂ କାର୍‌ରେ ବସିଥିବା ରିଚାର୍ଡଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ କେତେକ ଲୋକ ଘଟଣାସ୍ଥଳରେ ପହଞ୍ଚି ରିଚାର୍ଡଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରିଚାର୍ଡଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ସକାଳ ୧୦ଟା ସୁଦ୍ଧା ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ହମର ସଂପ୍ରଦାୟ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ସମୟସୀମା ଅତିକ୍ରାନ୍ତ ହେବାପରେ ହମର ସଂପ୍ରଦାୟର ଶତାଧିକ ବ୍ୟକ୍ତି ରାସ୍ତାକୁ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେବା ସହିତ ପୁଲିସ ଉପରକୁ ଟେକାପଥର ମାଡ କରିଥିଲେ। ସ୍ଥିତି ଜଟିଳ ହେଉଥିବା ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଛି। ଚୁରାଚାନ୍ଦପୁରରେ କୁକି ସଂପ୍ରଦାୟ ଲୋକେ ଅଧିକ ସଂଖ୍ୟାରେ ବାସ କରୁଥିବାବେଳେ ସେମାନେ ହମର ସଂପ୍ରଦାୟ ସହ ମିଶି ଜୋମି ସଂପ୍ରଦାୟ ଲୋକଙ୍କ ଉପରେ ଆକ୍ରମଣ କରିଥିବା କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories