www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ପୃଥିବୀକୁ ଫେରିବେ ସୁନିତା

ଫ୍ଲୋରିଡା : ଦୀର୍ଘ ୯ମାସ ଧରି ଆଇଏସଏସ୍‌ ରେ ଅଟକି ରହିଥିବା ନାସା ମହାକାଶଚାରୀ ସୁନିତା ୱିଲିୟମ୍‌ସ ଏବଂ ତାଙ୍କ ସାଥୀ ବଚ୍‌ ୱିଲମୋରଙ୍କ ସମେତ ଅନ୍ୟ ଦୁଇ ମହାକାଶଚାରୀ ନିକ୍‌ ହେଗ୍‌ ଓ ଆଲେକ୍‌ଜାଣ୍ଡାର ଗୋର୍ବୁନୋଭ୍‌ ଆଜି ସନ୍ଧ୍ୟା (ଭାରତୀୟ ସମୟ ମଙ୍ଗଳବାର ରାତି ୩ଟା ୩୦ ମିନିଟ) ସୁଦ୍ଧା ପୃଥିବୀପୃଷ୍ଠରେ ଅବତରଣ କରିବେ ବୋଲି ନାସା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍ପେସ୍‌ଏକ୍ସ ମହାକାଶଯାନ କ୍ରିଉ ଡ୍ରାଗନ ଇତିମଧ୍ୟରେ ଆଇଏସଏସ୍‌ ସହ ଡକିଂ କରିସାରିଥିବାବେଳେ ଏଥିରେ ଯାତ୍ରା କରିଥିବା ଚାରିଜଣ ମହାକାଶଚାରୀ ଆଇଏସ୍‌ଏସ୍‌ରେ ପ୍ରବେଶ କରିସାରିଛନ୍ତି। ସୁନିତା ଓ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସୋମବାର ସନ୍ଧ୍ୟାରୁ ନାସା ପକ୍ଷରୁ ଅବଗଣନା ଆରମ୍ଭ ହୋଇସାରିଛି। କ୍ରିଉ ଡ୍ରାଗନ ନିର୍ଦ୍ଧାରିତ ସମୟରେ ଫ୍ଲୋରିଡା ଉପକୂଳସ୍ଥ ସମୁଦ୍ରରେ ଅବତରଣ କରିବ। ନାସା ପକ୍ଷରୁ ଏହି ପ୍ରକ୍ରିୟାର ସିଧା ପ୍ରସାରଣ ବ୍ୟବସ୍ଥା ମଧ୍ୟ କରାଯାଇଛି। ସୂଚନାଯୋଗ୍ୟ ୨୦୨୪ ଜୁନରେ ସୁନିତା ଓ ୱିଲମୋର ବୋଇଂ ଷ୍ଟାରଲାଇନର ଯୋଗେ ମହାକାଶକୁ ଯାତ୍ରା କରିଥିଲେ। ଏକ ସପ୍ତାହ ଆଇଏସ୍‌ଏସ୍‌ରେ ରହିବା ପରେ ସେମାନେ ପୃଥିବୀପୃଷ୍ଠକୁ ଫେରିବା କଥା। ତେବେ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାଫଳରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମକୁ ନାସା କର୍ତ୍ତୃପକ୍ଷ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। କିଛି ଦିନ ବ୍ୟବଧାନରେ ଦୁଇ ମହାକାଶଚାରୀଙ୍କୁ ସାଙ୍ଗରେ ନଆଣି ଷ୍ଟାରଲାଇନର ପୃଥିବୀକୁ ଫେରିଆସିଥିଲା। ନିୟମ ଅନୁଯାୟୀ ଜଣେ ମହାକାଶଚାରୀ ଅତିବେଶୀରେ ୬ ମାସ ପର୍ଯ୍ୟନ୍ତ ଆଇଏସ୍‌ଏସ୍‌ରେ ଅବସ୍ଥାନ କରିବା କଥା। ଅବଶ୍ୟ ଅତୀତରେ ଦୁଇ ଦୁଇଥର ଏଥିରେ ବ୍ୟତିକ୍ରମ ଘଟିଛି। ୨୦୨୩ରେ ନାସା ମହାକାଶଚାରୀ ଫ୍ରାଙ୍କ ରୁବିଓ କ୍ରମାଗତ ୩୭୧ ଦିନ ମହାକାଶରେ ଅବସ୍ଥାନ କରିଥିବାବେଳେ ୧୯୯୪ରେ ରୁଷ୍‌ ମହାକାଶଚାରୀ ଭାଲେରି ପୋଲ୍ୟାକୋଭ୍‌ ୪୩୭ ଦିନ ମୀର ଷ୍ଟେସନରେ ଅବସ୍ଥାନ କରି ବିଶ୍ବ ରେକର୍ଡର ଅଧିକାରୀ ହୋଇପାରିଛନ୍ତି।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories