www.samajalive.in
Sunday, December 14, 2025
26.1 C
Bhubaneswar

ଭାରତରେ ଆମେରିକା ଗୁଇନ୍ଦା ମୁଖ୍ୟ ତୁଳସୀ ଗବ୍ବାର୍ଡ, ଆମେରିକା ମାଟିରେ ଖଲିସ୍ତାନୀଙ୍କୁ ଦମନ ପାଇଁ ଦାବି କଲେ ରାଜନାଥ

ସମାଜ ଡିଜିଟାଲ ଡେସ୍କ: ଆମେରିକା ମାଟିରେ ଭାରତର ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ଖଲିସ୍ତାନୀଙ୍କୁ ଦମନ କରିବାକୁ ଦାବି କରିଛି ଭାରତ। ଆମେରିକାର ଗୁଇନ୍ଦା ମୁଖ୍ୟ ତୁଳସୀ ଗବ୍ବାର୍ଡ ଭାରତ ଗସ୍ତରେ ଆସିଥିବାବେଳେ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ସମୟରେ ରାଜନାଥ ଖଲିସ୍ତାନୀ ପ୍ରସଙ୍ଗ ଉଠାଇଥିଲେ। ଶିଖ୍‌ ଫର ଜଷ୍ଟିସ (ଏସଜେଏଫ) ସଂଗଠନ କାନାଡ଼ା ସମେତ ଆମେରିକାରେ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି। ଏହି ସଂଗଠନକୁ ଭାରତରେ ନିଷିଦ୍ଧ ଘୋଷଣା କରାଯାଇଛି। ତେଣୁ ଆମେରିକା ମାଟିରେ ଭାରତ ବିରୋଧରେ କାର୍ଯ୍ୟ କରୁଥିବା ଏହି ସଂଗଠନ ଏବଂ ଏହାର ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜନାଥ ତୁଳସୀଙ୍କ ନିକଟରେ ଦାବି କରିଛନ୍ତି।

ଉଭୟଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ନିରାପତ୍ତା ସମ୍ବନ୍ଧକୁ ମଜଭୁତ କରିବା ଲାଗି ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ତୁଳସୀ ଅଢ଼େଇ ଦିନିଆ ଭାରତ ଗସ୍ତ​ରେ ଆସିଛନ୍ତି। ଗତ ରବିବାର ଜାତୀୟ ନିରାପତ୍ତା ଉପଦେଷ୍ଟା (ଏନଏସଏ) ଅଜିତ ଡୋଭାଲ ତୁଳସୀଙ୍କୁ ଭେଟି ଗୁଇନ୍ଦା ତଥ୍ୟ ବିନିମୟ ସମେତ ଅନ୍ୟାନ୍ୟ ନିରାପତ୍ତା ଦିଗ ଉପରେ ଆଲୋଚନା କରିଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories