www.samajalive.in
Sunday, December 14, 2025
23.1 C
Bhubaneswar

ଟ୍ରାକ୍ଟର ଧକ୍କାରେ ନାବାଳିକା ମୃତ

ଭୁବନେଶ୍ବର : ଟ୍ରାକ୍ଟର ଧକ୍କାରେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଖଣ୍ଡତଡା ପଞ୍ଚାୟତର ବସପୁର ରାସ୍ତାରେ ଦୁର୍ଘଟଣା ଘଟିଛି ।  ଏକ ବାଇକ୍ ସହ ଟ୍ରାକ୍ଟରର ଦୁର୍ଘଟଣା ଘଟି ଏକ ନାବାଳିକାଙ୍କ ମୃତ୍ୟୁ ହୋଇଛି । ନାବାଳିକା ବାପାଙ୍କ ସହ ବାଇକ୍ ବସି ଯାଉଥିବା ସମୟରେ ବସପୁରଠାରେ ସାମ୍ନାରୁ ଆସୁଥିବା ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଏଥିରେ ନାବାଳିକାଙ୍କ ମୃତ୍ୟୁ ହେବା ସହ ତାଙ୍କ ବାପା ଗୁରୁତର ଆହତ ହୋଇଛନ୍ତି । ମୃତକ ଗୁଜିଦରଦା ଗ୍ରାମର ସେକ ସବକତୁଲ୍ଲାଙ୍କ ଝିଅ ଆପଶିନ୍ ବୋଲି ପରିଚୟ ମିଳିଛି । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ଟ୍ରାକ୍ଟରଟିକୁ ପୋଡିଦେଇଛନ୍ତି । ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories