www.samajalive.in
Monday, December 8, 2025
13.1 C
Bhubaneswar

ପାକ୍‌ ସେନା ଗାଡ଼ି ଉପରେ ଭୟଙ୍କର ଆକ୍ରମଣ, ୯୦ ଯବାନ ମୃତ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ରବିବାର ସେନା ଗାଡ଼ି ଉପରେ ଭୟଙ୍କର ଆକ୍ରମଣ ହୋଇଛି। ପାକ୍‌ ସେନାର କିଛି ବସରେ ଯବାନମାନେ ନୌଶକି ଅଞ୍ଚଳ ଦେଇ କ୍ଵେଟାରୁ ତାଫତାନ ଯାଉଥିଲେ। ଏହି ସମୟରେ ହଠାତ ଆଇଇଡି ଭର୍ତ୍ତି ଏକ ଗାଡ଼ି ପାକ୍‌ ସେନାର ଗୋଟିଏ ବସକୁ ଧକ୍କା ଦେଇଥିଲା। ଯାହାଫଳରେ ସେଠାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏଥିରେ ପ୍ରାୟ ୯୦ ଯବାନଙ୍କ ମୃତ୍ୟୁ ଘଟିଥିବା ବିଏଲଏ ଦାବି କରିଛି। ଅନ୍ୟପଟେ ବିସ୍ଫୋରଣରେ ମାତ୍ର ୭ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ପାକ୍ ସେନା ପକ୍ଷରୁ କୁହାଯାଇଛି। ଅନ୍ୟ ୧୦ ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ବାଲୋଚ ଲିବରେସନ ଆର୍ମି(ବିଏଲଏ)ର ଫିଦାୟୀ ୟୁନିଟ୍‌ ନିଜକୁ ଦାୟୀ କରିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories