ଲକ୍ଷ୍ନୌ : ଉତ୍ତରପ୍ରଦେଶର ଯୋଗୀ ସରକାର ଗୁରୁବାର ବିଧନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଗ୍ରାମାଞ୍ଚଳରେ ‘ଗୋ-ଶାଳା’ ନିର୍ମାଣ ପାଇଁ ୨୪୭.୬୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିପରି ସହରରେ ଏଣେତେଣେ ବୁଲୁଥିବା ଗୋରୁଙ୍କ ପାଇଁ ‘କାହ୍ନା ଗୋ-ଶାଳା’ ନିର୍ମାଣ କରିବାକୁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଉତ୍ତରପଦେଶ ଅର୍ଥ ମନ୍ତ୍ରୀ ରାଜେଶ ଅଗ୍ରୱାଲ ୪.୭୯ ଲକ୍ଷ କୋଟି ଟଙ୍କାର ଏହି ବଜେଟ ଉପସ୍ଥାପନ କରିଛନ୍ତି। ଏହାସହ ଦିନଦୟାଲ ଉପାଧ୍ୟାୟ ଡାଇରୀ ଯୋଜନାରେ ୧୦,୦୦୦ଟି ଡାଇରୀ ପ୍ରତିଷ୍ଠା ପାଇଁ ୬୪ କୋଟି ଟଙ୍କା, ମଥୁରରେ ନୂଆ ଗୋ-ଫାର୍ମ ଖୋଲିବା ପାଇଁ ୫୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
Popular Categories



