www.samajalive.in
Sunday, December 14, 2025
23.1 C
Bhubaneswar

ଜମିକୁ କେନାଲ୍‌ ପାଣି ଛାଡିଲେନି – ଏସ୍‌ଡିଓଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ରଖିଲେ ଚାଷୀ

ପାଟଣା – ପାଣି ପଞ୍ଚାୟତ ପକ୍ଷ ପାଳନ ସମୟରେ ଚାଷୀ ମାନଙ୍କୁ ଖରାଦିନିଆ ଧାନ ଆଦି ଅନ୍ୟାନ୍ୟ ରବି ଫସଲ ପାଇଁ କାନଝରୀ କେନାଲର ଡାହାଣ ପାର୍ଶ୍ଵ କେନାଲ ରେ ପାଣି ଛାଡ଼ିବାକୁ ପ୍ରତିଶ୍ରୁତି ଦେଇ ଚାଷୀ ମାନଙ୍କୁ ନିୟମିତ ବ୍ୟବଧାନରେ ପାଣି ଛଡା ଯାଉନଥିବାରୁ ଶୁକ୍ରବାରରେ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଅଞ୍ଚଳର ଚାଷୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଭାଗୀୟ ଏସ ଡି ଓ ଚତୁର୍ଭୁଜ ନାୟକଙ୍କୁ ଗାଁଆ କୁ ଡକାଇ ଏହାର ସମାଧାନା କରିବାକୁ ଦାବି କରିବା ସହ ତାଙ୍କୁ ଅଟକ ରଖିଥିଲେ ।

ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ପାଣି ଛଡା ଯାଉ ନଥିବା ଓ କୃଷିବିଭାଗ ଖରାଦିନିଆ କୃଷି ସମ୍ବନ୍ଧୀୟ କାର୍ଯକ୍ରମ ସୂଚନା ଦେଇନଥିବା ବାହାନା କରୁଥିବା ଏହି ଅଧିକାରି ଙ୍କ କଥାକୁ କୃଷି ବିଭାଗ ଅସ୍ବୀକାର କରିବା ପରେ ଚାଷୀମାନେ ଆନନ୍ଦପୁର ଗ୍ରସ୍ତରେ ଥିବା କେନ୍ଦୁଝର ସାଂସଦ ଅନନ୍ତ ନାୟକ ଓ ମୂଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଯୋଗାଯୋଗ କରିଥିଲେ । ଏହି ଦୁଇ ନେତାଙ୍କ ହସ୍ତକ୍ଷେପ ପରେ ଅଧିକାରୀ ଜଣକ ଆ ସନ୍ଧ୍ୟା ସୁଦ୍ଧା କାନଝରୀ ଡାହାଣ ପାର୍ଶ୍ଵ କେନାଲ ରେ ପାଣି ଛାଡ଼ିବାର ପ୍ରତିଶ୍ରୁତି ଦେଇ ସେଠାରୁ ମୁକୁଳିଥିବା ଜଣାପଡିଛି ।

- Advertisement -

ଜଳସେଚନ ବିଭାଗକୁ ଭରଷା କରି ଏହି ଅଞ୍ଚଳର ଲୋକେ ଶତାଧିକ ଏକର ଜମିରେ ଧାନଚାଷ, ସୂର୍ଯ୍ୟମୁଖି, ସୋରିଷ, ଚିନାବାଦାମ, ମକା ଆଦି ରବିଫସଲ କରିଥିବା ବେଳେ ୧୫ ଦିନ ହେଲା କେନାଲରେ ପାଣି ଛଡାଯାଉନ ଥିବାରୁ ବାଧ୍ୟ ହୋଇ ଚାଷୀ ମାନେ ଆନ୍ଦୋଳନ ମୁହାଁ ହୋଇଥିଲେ । ତେବେ ସନ୍ଧ୍ୟା ସୁଦ୍ଧା କେନାଲ ରେ ପାଣି ଆସିଥିବା ଜଣାପଡ଼ିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories