www.samajalive.in
Sunday, December 14, 2025
26.1 C
Bhubaneswar

ଚୋରମୁହଁ ଟାଣ, ଭାରତକୁ ଦୋଷ ଦେଲା ପାକିସ୍ତାନ – ଶୁଣିଲା ଏମିତି

ନୂଆଦିଲ୍ଲୀ – ବେଲୁଚିସ୍ତାନରେ ଦମନ ଲୀଳା ଲଗାଇଛି ପାକିସ୍ତାନ । ସେଠାକାରେ ନିରୀହ ଲୋକଙ୍କୁ ମାରିବା ସହ ମହିଳାମାନଙ୍କୁ ପାକିସ୍ତାନ ସେନା ପକ୍ଷରୁ ନାନା ପ୍ରକାରର ଅକଥନୀୟ ନିର୍ଯ୍ୟାତନା ଦିଆଯାଉଛି । ଏହା ବିରୋଧରେ ସେଠାକାର ବାସିନ୍ଦା ହିଂସାତ୍ମକ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ଏବେ ପାକିସ୍ତାନରୁ ଅଲଗା ହେବା ପାଇଁ ବେଲୁଚିସ୍ତାନବାସୀ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ।

ପାକିସ୍ତାନ ସେନାର ଅଧିକାରୀ ଏବଂ ଯବାନ ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନକୁ ବେଲୁଚିସ୍ତାନ ଲିବରେସନ୍‌ ଆର୍ମି ନାମକ ଆତଙ୍କବାଦୀ ସଂଗଠନ ପକ୍ଷରୁ ଅପରହରଣ କରାଯାଇଥିଲା । ଏଥିରେ ଥିବା ଅନେକ ସେନା ଅଧିକାରୀଙ୍କୁ ହତ୍ୟା କରାଯାଇଥିଲା । ପରେ ପାକିସ୍ତାନସେନା ଟ୍ରେନକୁ ମୁକୁଳାଇବାରେ ସଫଳ ହୋଇଥିବା ଦାବୀ କରୁଛି ।

- Advertisement -

ଏବେ ପାକିସ୍ତାନ ଭାରତକୁ ଦୋଷ ଦେବାରେ ଲାଗିଛି । କାଶ୍ମୀରରେ ଆତଙ୍କବାଦକୁ ଖୋଲାଖୋଲି ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ , ଭାରତ ବେଲୁଚିସ୍ତାନ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଉଥିବା କଥା କହିଛି । ଜାଫର ଏକ୍ସପ୍ରେସ ଅପହରଣ ପଛରେ ଭାରତର ହାତ ଥିବା କଥା ପାକିସ୍ତାନ କହିଛି । ପାକିସ୍ତାନର ଜେନେରାଲ ସରିଫ ଚୌଧୁରି ଏକ ସାକ୍ଷାତକାରରେ ଭାରତ ଉପରେ ଦୋଷ ଲଦିଛନ୍ତି । ପାକିସ୍ତାନକୁ ବଦନାମ କରିବା ପାଇଁ ଭାରତ ଚେଷ୍ଟା କରୁଥିବା କଥା ସେ କହିଛନ୍ତି ।

ଭାରତ ଏହାର କଡା ଜବାବ ଦେଇଛି । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନର ଏହି ଦାବିକୁ ଭିତ୍ତିହୀନ ବୋଲି କୁହାଯାଇଛି । ପାକିସ୍ତାନ ଆଗ ନିଜକୁ ଦେଖୁ , ଅନ୍ୟ ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ନିଜେ ତାହାର କବଳିତ ହୋଇଥିବା କଥା ଭାରତ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରନ୍‌ଧୀର ଜୈଶ୍ୱାଲ କହିଛନ୍ତି । ସାରା ବିଶ୍ୱ ପାକିସ୍ତାନ ବିଷୟରେ ଜାଣିଛନ୍ତି । ହିଂସାକୁ ପ୍ରଶୟ ଦେଇ ପାକିସ୍ତାନ ଏବେ ନିଜେ ଜଳୁଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories