www.samajalive.in
Wednesday, December 10, 2025
14.1 C
Bhubaneswar

ବନାଗ୍ନିରେ ପୋଡ଼ି ଗଲା ଶହ ଶହ ୟୁକାଲିପଟାସ ଗଛ 

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତର ସ୍ବାମ ମୁଣ୍ଡା ସାହି ନିକଟରେ ଥିବା ଏକ ୟୁକାଲିପଟାସ ଓ ଆକାଶିଆ ଜଙ୍ଗଲରେ କେହି ଦୃର୍ବୁତ୍ତ ଆଜି ଦିନ ୧ ଟା ସମୟରେ ନିଆଁ ଲଗାଇ ଦେବାରୁ ଶହ ଶହ ଗଛ ପୋଡି ଯାଇଛି। ଏବେ ଗଛ ମୂଳେ ଶୁଖିଲା ପତ୍ର ପଡି ଥିବାରୁ ନିଆଁ ସଙ୍ଗେ ସଙ୍ଗେ ଚାରିଆଡେ ବ୍ୟାପି ଯାଇଥିଲା। ଏହି ସମୟରେ କେନ୍ଦୁଝରରୁ ପାଟଣା ଫେରୁଥିବା ଗଣମାଧ୍ୟମ ପ୍ରତିନିଧି ଦଶରଥ ବାରିକ୍ ସେଠାରେ ପହଞ୍ଚି ନିଆଁ ଲାଗିଥିବା ଦେଖି ୧୧୨ ରେ କଲ କରି ଜଣାଇଥିଲେ ମଧ୍ୟ ଦମକଳ ପାଖରେ ନଥିବାରୁ ସଙ୍ଗେ ସଙ୍ଗେ ପାଟଣା ବନପାଳକୁ ଫୋନ କରି ଜଣାଇଥିଲେ । ଖବର ପାଇ ବନ କର୍ମଚାରୀ ଅଟଳ ବିହାରୀ ସେଠୀ ,ସଞ୍ଜୟ ମହାନ୍ତ, କାର୍ତ୍ତିକ ମହାନ୍ତ ମୁରଲୀଧର ମହାନ୍ତ ,ଉମେଶ ମହାନ୍ତ, ଭାସ୍କର ନାଏକ, ପହଞ୍ଚି ନିଆଁକୁ ଲିଭାଇ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପୁନର୍ବାର ୧୧୨ ରେ କଲ କରିବା ପରେ ସାହାରପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories