www.samajalive.in
Thursday, December 11, 2025
16.1 C
Bhubaneswar

ଇନଷ୍ଟାଗ୍ରାମରେ ପ୍ରେମ, ହୋଟେଲରେ ଦୁଷ୍କର୍ମ: ପୁରୁଷ ବନ୍ଧୁଙ୍କୁ ଭେଟିବାକୁ ଆସି ବ୍ରିଟିଶ ଯୁବତୀ ହଟହଟା

ସମାଜ ଡିଜିଟାଲ ଡେସ୍କ: ଯୁବତୀଙ୍କୁ ମହଙ୍ଗା ପଡ଼ିଲା ଇନଷ୍ଟାଗ୍ରାମ ପ୍ରେମ। ଇନଷ୍ଟାଗ୍ରାମରେ ଭଲ ପାଇ ପ୍ରେମିକଙ୍କୁ ଭେଟିବାକୁ ବ୍ରିଟେନରୁ ଭାରତ ଚାଲିଆସିଥିବା ଏହି ଯୁବତୀ ଶେଷରେ ନିଜ ପୁରୁଷ ବନ୍ଧୁଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଏକ ହୋଟେଲରେ ଏହି ଘଟଣା ଘଟିବା ପରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି।

ସୂଚନା ଅନୁସାରେ, ବୁଧବାର ସକାଳ ୫ଟାରୁ ୬ଟା ମଧ୍ୟରେ ପୁଲିସ ନିକଟକୁ ଏକ ଡାକ୍ତରଖାନାରୁ ଫୋନ ଆସିଥିଲା। ଏହା ପ​‌ରେ ପୁଲିସ ଟିମ ଡାକ୍ତରଖାନାରେ ପହଞ୍ଚିଥିଲା। ସେଠାରେ ସେମାନେ ଜଣେ ବ୍ରିଟିଶ ଯୁବତୀଙ୍କୁ ଭେଟିଥିଲେ, ଯିଏ ତାଙ୍କ ସହିତ ଦୁଷ୍କର୍ମ ଏବଂ ଅସଦାଚରଣ ହୋଇଥିବା କହିଥିଲେ।

- Advertisement -

ଗତ ଫେବୃୟାରୀରେ ଯୁବତୀ ଜଣକ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଜଣେ ଯୁବକଙ୍କ ସହିତ ପରିଚିତ ହୋଇଥିଲେ। ଏହା ପରେ ତାଙ୍କୁ ଭେଟିବା ଲାଗି ମାର୍ଚ୍ଚ ୭ ତାରିଖରେ ଭାରତ ଆସିଥିଲେ। ସେ ପ୍ରଥମେ ଗୋଆ ବୁଲିବାକୁ ଯାଇଥିଲେ। ସେଠାରୁ ମାର୍ଚ୍ଚ ୧୧ରେ ଦିଲ୍ଲୀ ଆସିଥିଲେ। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ମହିପାଲପୁରରେ ଏକ ହୋଟେଲରେ ସେ ରହିଥିଲେ। ସେଠାକୁ ତାଙ୍କୁ ଭେଟିବା ଲାଗି ତାଙ୍କ ପୁରୁଷ ବନ୍ଧୁ ଆସିଥିଲେ। କିନ୍ତୁ ପୁରୁଷ ବନ୍ଧୁ ଜଣକ ହୋଟେଲରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହା ପରେ ମହିଳା ଜଣକ ହୋଟେଲରୁ ବାହାରି ଚାଲିଆସିଥିଲେ। ମାତ୍ର ଏହି ସମୟରେ ହୋଟେଲର ଜଣେ କର୍ମଚାରୀ ଙ୍କୁ ଅସଦାଚରଣ କରିଥିଲେ। ପରେ ମହିଳା ଜଣକ ଡାକ୍ତରଖାନାକୁ ଯାଇଥିଲେ। ସେଠାରୁ ସେ ପୁଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ପୁଲିସ ଅଭିଯୁକ୍ତି ପ୍ରେମିକ ଏବଂ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories