www.samajalive.in
Saturday, December 13, 2025
26.1 C
Bhubaneswar

ପୁଣି ସ୍ଥଗିତ ରହିଲା ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ

ସମାଜ ଡିଜିଟାଲ ଡେସ୍କ: ପୁଣି ଥରେ ସ୍ଥଗିତ ରହିଲା ମହାକାଶରୁ ସୁନୀତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା। ସୁନୀତା ଏବଂ ତାଙ୍କ ସାଥୀ ବୁଚ୍‌ ୱିଲମୋର ଆସନ୍ତା ରବିବାର ଅର୍ଥାତ ମାର୍ଚ୍ଚ ୧୬ ତାରିଖରେ ମହାକାଶରୁ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବାର ଥିଲା। ଏଲନ ମସ୍କଙ୍କ ସେଶ୍‌ ଏକ୍ସ ଡ୍ରାଗନ ଏୟାରକ୍ରାଫ୍ଟ ଜରିଆରେ ଉଭୟେ ଫେରିବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଛି। ସ୍ପେଶ ଏକ୍ସ ଡ୍ରାଗନ ଏୟାରକ୍ରାଫ୍ଟରେ କିଛି ବୈଷୟିକ ତ୍ରୁଟି ଦେଖାଦେବାରୁ ଯାତ୍ରା ସ୍ଥଗିତ ରଖାଯାଇଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି।

ସୁନୀତା ଏବଂ ୱିଲମୋର ୨୦୨୪ ଜୁନରେ ମହାକାଶ ଯାତ୍ରା କରିଥିଲେ। ମୋଟ ୮ ଦିନ ପାଇଁ ସେମାନେ ମହାକାଶରେ ରହିବାର ଥିଲା। କିନ୍ତୁ ୮ ଦିନିଆ ମିସନ ଏବେ ୯ମାସରେ ପରିଣତ ହେଲାଣି। ସେମାନଙ୍କୁ ମହାକାଶକୁ ନେଇ ଯାଇଥିବା ଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସୁନୀତା ଏବଂ ୱିଲମୋର ଧାର୍ଯ୍ୟ ସମୟରେ ଫେରିପାରି ନ ଥିଲେ। ସେମାନଙ୍କୁ ଫେରାଇ ଆଣିବାରେ ନାସା ଅସମର୍ଥ ହେବାରୁ ଏଲନ ମସ୍କଙ୍କ ସେଶ ଏକ୍ସର ସହାୟତା ନିଆଯାଇଥିଲା। ସ୍ପେଶ୍‌ ଏକ୍ସର ଡ୍ରାଗନ ଏୟାରକ୍ରାଫ୍ଟ ଯାନ ସହାୟତାରେ ସେମାନଙ୍କୁ ଫେରାଇ ଆଣିବାର ଯୋଜନା ହୋଇଥିଲା। ଏଥିପାଇଁ ଏହି ଯାନଟି ମାର୍ଚ୍ଚ ୧୨ ତାରିଖରେ କେନେଡି ସ୍ପେଶ ସେଣ୍ଟରରୁ ଯାନଟି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଉଡ଼ାଣ ଆରମ୍ଭ କରିବାର ଥିଲା। ମାତ୍ର ତାହାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories